ତିର୍ତ୍ତୋଲରେ ତିନିଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର

ତିର୍ତ୍ତୋଲ : ତିର୍ତ୍ତୋଲ ଉପ ନିର୍ବାଚନ ତାରିଖ ପାଖେଇ ଆସୁଛି। ପ୍ରାର୍ଥିମାନଙ୍କ ମଧ୍ୟରେ ପ୍ରକାଶ ପାଇଛି ତତ୍ପରତା। ବିଭିନ୍ନ ଢଙ୍ଗରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି, କଂଗ୍ରେସ ଓ ବିଜେପି ଦଳର ପ୍ରାର୍ଥି।

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତିର୍ତ୍ତୋଲ ବ୍ଲକର କନକପୁର ଓ ପଟିଲୋ ପଞ୍ଚାୟତରେ ଭୋଟ ପାଇଁ ନିବେଦନ କରିଛନ୍ତି। ଦଳୀୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ଵାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ଵାଳ, ପଟିଲୋ ସରପଞ୍ଚ ଚିତ୍ତ ରଞ୍ଜନ ରଥ ପ୍ରମୁଖ ବିଭିନ୍ନ ଗ୍ରାମକୁ ଯାଇ ଭୋଟରଙ୍କୁ ଭେଟୁଥିବା ଦେଖାଯାଇଛି।

ସେହିପରି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା କଟରା, ଗରାମ, ତୁଳଙ୍ଗ, ଇବ୍ରିସିଂ ଓ ଜଗନ୍ନାଥପୁର ପଞ୍ଚାୟତରେ ଭୋଟ ଭିକ୍ଷା କରିଛନ୍ତି। ତାଙ୍କ ସହିତ ସାମିଲ ହୋଇଥିଲେ ବରିଷ୍ଠ ଭାଜପା ନେତା ସଞ୍ଜୟ ମହାନ୍ତି, ଜିଲା କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରା, ମୋହିତ ମହାନ୍ତି, ଓବିସି ସେଲ ରାଜ୍ୟ ଉପସଭାପତି ନୃସିଂହ ସାହୁ, ଜଗନ୍ନାଥପୁର ମଣ୍ଡଳ ସଭାପତି ସୁନନ୍ଦ ବିଶ୍ଵାଳ, ମହିଳା ମୋର୍ଚ୍ଚାର ଜୟଲକ୍ଷ୍ମୀ ମହାନ୍ତି।

ଅନୁରୂପ ପ୍ରୟାସ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ। ସେ ସମର୍ଥକମାନଙ୍କୁ ଧରି କରୁଛନ୍ତି ଜୋରଦାର ପ୍ରଚାର। ତାଙ୍କ ସହିତ ପ୍ରଚାର କାର୍ଯ୍ୟରେ ସହଯୋଗ କରୁଛନ୍ତି ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜିବି ବିଶ୍ୱାଳ, ରାଜ୍ୟସଭା ସାଂସଦ ରଂଜିବ ବିଶ୍ୱାଳ, ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ଓ ବିଜୟ ବିଶ୍ୱାଳଙ୍କ ପରି ନେତାମାନେ। ମୁଖ୍ୟତଃ ତିନି ଦଳ ପକ୍ଷରୁ ବିଜୟ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ କେଉଁ ଦଳ ସପକ୍ଷରେ ଜନମତ ଯିବ ତାହା ସ୍ପଷ୍ଟ ହୋଇନି। କିନ୍ତୁ ଏହି ଉପ ନିର୍ବାଚନରେ ଜୋରଦାର ଲଢେଇ ହେବ ବୋଲି ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।