ରାଶିଫଳ {ଗୁରୁବାର-୨୫ ତାରିଖ}

ମେଷ – ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ । ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୨ ।

ବୃଷ – ଅଫିସ କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଆକସ୍ମିକ ସୀମା ବିବାଦକୁ କେନ୍ଦ୍ରକରି ନିର୍ମାଣମୂଳକ କାର୍ଯ୍ୟ ଗତି ମନ୍ଥର ହେବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୮ ।

ମିଥୁନ – ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି । ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ । କିନ୍ତୁ ବ୍ୟବସାୟିକ ସଫଳତା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ – ଆଜି ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ମାନସିକ ସ୍ୱାସ୍ତ୍ୟ ବିଶେଷ ପ୍ରଭାବିତ ହୋଇପାରେ । ବିଶ୍ୱସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋଭାବ ବଦଳେଇ ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ସିଂହ – ବହୁ ଆଶା କରି ବନ୍ଧୁଙ୍କ ନିକଟରୁ ଯିବେ, ମାତ୍ର ଶୂନ୍ୟ ହସ୍ତରେ ଫେରିବାକୁ ପଡିପାରେ । ଅଫିସରେ ତରବର ହୋଇ କାମ କରନ୍ତୁ ନାହିଁ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୩ ।

କନ୍ୟା – ସହକର୍ମୀଙ୍କ ସହିତ ବାକ୍‌ ଅସଂଯମତା ସମସ୍ୟା ସୃଷ୍ଟି କରିପାରେ । କେତେକ କ୍ଷେତ୍ରରେ ନୀରବ ନ ରହିଲେ ଅସୁବିଧାରେ ପଡିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ତୁଳା – ପୂର୍ବ ନିର୍ଦ୍ଧାରିତ କାମଗୁଡିକ ଠିକ୍‌ ସମୟରେ ହେବା କଷ୍ଟକର ହୋଇପଡିବ । ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

ବିଛା – ବିଭିନ୍ନ ବିଷୟରେ ଚିନ୍ତା କରି ମାନସିକ ସ୍ୱାସ୍ଥ୍ୟ ଭଲ ରହି ନ ପାରେ । ପ୍ରଶାସନିକ, ରାହନୈତିକ, ସାମାଜିକ ଓ ଅର୍ଥନୈତିକ ଦିଗଟି ମଧ୍ୟମ ପ୍ରକାରର ରହିବ । ଶୁଭ ଅଙ୍କ କ୍ରୀମ୍‌ । ଶୁଭ ଅଙ୍କ ୮ ।

ଧନୁ – ଆଜି ମାନସିକ ସ୍ଥିତି ଠିକ୍‌ ନ ରହିବା କାରଣରୁ ଭଲକୁ ଭଲ ରୂପ ବିବେଚନା ନ କରି ଭିନ୍ନ ଦୃଷ୍ଟି କୋଣରୁ ବୁଝିବେ । ସବୁ କଥା ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ମକର – କର୍ମକ୍ଷେତ୍ରର ସମସ୍ୟାଗୁଡିକ ଶିଥିଳ ପଡିଯିବା କାରଣରୁ ମନରେ ଉତ୍ସାହ ବୃଦ୍ଧି ପାଇବ । ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କୁମ୍ଭ – ଆଜି ଦିନ ଭିତରେ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିନ ନାହିଁ । ପାଖ ପଡୋଶୀଙ୍କ ଠାରୁ ଶୁଭ ଖବର ପାଇ ଖୁସି ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ମୀନ- ଆଜି ପାରିବାରିକ,ପ୍ରଶାସନ , ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆଗାମୀ କୋଣସି କାମ ସକାଶେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୫ ।

Leave a Reply

Your email address will not be published. Required fields are marked *

Back to top button