ରାଶିଫଳ {ରବିବାର-୨୮ ତାରିଖ}

ମେଷ – ଦ୍ୱାଦଶଚନ୍ଦ୍ର ପ୍ରଭାବରେ ସାଧାରଣ କଥାରେ ବିବ୍ରତ ହେବା କ୍ଷତିକାରକ ହେବ । ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ସମସ୍ୟା ଆସିପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।

ବୃଷ – ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ । ଶେଷ ସମୟରେ କୌନସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ ।

ମିଥୁନ – ପ୍ରତ୍ୟେକ କାମରେ କିଛି ନା କିଛି ବ୍ୟତିକ୍ରମ ଲାଗି ରହିବ । ପ୍ରତ୍ୟେକ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

କର୍କଟ – କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆଜିର ପ୍ରତ୍ୟୁଷଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୫ ।

ସିଂହ – ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

କନ୍ୟା – ଆଜିର ସକାଳୁଆ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ହାନି ଯୋଗୁ ଚିନ୍ତା କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୫ ।

ତୁଳା – ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ । ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ । ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

ବିଛା – ଆକସ୍ମିକ ସମସ୍ୟା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହେବ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ଶୁଭ ଅଙ୍କ ଧଳା । ଶୁଭ ଅଙ୍କ ୩ ।

ଧନୁ – ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ନୂତନ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ ।

ମକର – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଚାପ କ୍ରମଶଃ ବଢିପାରେ । କୌଣସି ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

କୁମ୍ଭ – ବିଭିନ୍ନ କାରଣରୁ ନେଇ ମାନସିକ ସ୍ଥିରତା ରକ୍ଷା କରିବା କଷ୍ଟକର ହୋଇପାରେ । ବିଭିନ୍ନ ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ-ଯୋଗାଯୋଗ କଲେ ଉପକୃତ ହେବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୬ ।

ମୀନ- କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ନିଶ୍ଚିତ ଉପକୃତ ହେବେ । ଅଂଶୀଦାର ବ୍ୟବସାୟୀଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।

Leave a Reply

Your email address will not be published. Required fields are marked *

Back to top button