ଟ୍ରକରୁ ଆଦାୟ ହେଲା ୪୪ ଲକ୍ଷ ୬୪ ହଜାର ଜରିମାନା

ଚମ୍ପୁଆ : ପାନମସଲା ଓ ଟବାକୋ ବେଆଇନ ଭାବେ ପରିବହନ କରୁଥିବା ଏକ ଟ୍ରକରୁ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିରେ ୩୨୦ ପେଟି ପାନ ମସଲା ଓ ୩୨ ବ୍ୟାଗ୍ ଟବାକୋ ରହିଥିଲା।

ଖବର ଅନୁଯାୟୀ ରିମୁଳି ନିକଟସ୍ଥ ମୁରୁସୁଆଁ ତେଲ ଟାଙ୍କିରେ ଟ୍ରକଟି ଠିଆହୋଇଥିଲା। ବଡ଼ବିଲର ସିଟି ଓ ଏନଫୋର୍ସମେଣ୍ଟ ଟିମର ସନ୍ଦେହ ହେବାରୁ ଗାଡ଼ିରେ କଣ ଅଛି ବୋଲି ଡ୍ରାଇଭରକୁ ପଚାରିଥିଲେ। କିନ୍ତୁ ସେ କହିଥିଲେ ଖାଇବା ତେଲ। ହେଲେ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲେ। ଡାଲା ଯାଞ୍ଚ କରିବାରୁ ଭିତରେ ପାନ ମସଲା ଓ ଟବାକୋ ଥିବା ଦେଖିବାକୁ ମିଳିବାରୁ ଗାଡିକୁ ଚମ୍ପୁଆ ଥାନାକୁ ନିଆଯାଇଥିଲା। ଗତ ୨୫ ତାରିଖରେ ବଡ଼ବିଲର ଜିଏସଟି ଅଧିକାରୀମାନେ ପୁଣି ଯାଞ୍ଚ କରି ଜିଏସ୍‌ଟି ଓ ବିଭିନ୍ନ ଟିକସ ବାବଦକୁ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଜରିମାନା ଆଦାୟ କରିଥିଲେ। ଯାହାକୁ ୨୬ ତାରିଖରେ ସାମଗ୍ରୀର ମାଲିକ ଦିଲ୍ଲୀରୁ ଅନଲାଇନ ମାଧ୍ୟମରେ ପୈଠ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button