ଟ୍ରାକ୍ଟର ଓଲଟି ୨ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ାର ଜିଙ୍କିରିଆ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଲି ଅନଲୋଡ୍‌ କରି ଫେରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଦୁଇଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବୁଢ଼ା ମୁର୍ମୁ ଓ ମଙ୍ଗଲ ମୁର୍ମୁ। ଗୁରୁତର ହୋଇଥିବା ଦୁଖିଆ ହେମ୍ବ୍ରମ ଓ ପ୍ରଭାତ ହେମ୍ବ୍ରମଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।