ଟ୍ରାକ୍ଟର ରାଲିରେ ଯୋଗ ନଦେଲେ ୨୧ ଶହ ଜରିମାନା

ଚଣ୍ଡିଗଡ : ଜାନୁଆରୀ ୨୬ରେ ରାଜପଥରେ ପରେଡ ହେବ। ଆନ୍ଦୋଳନରତ ଚାଷୀ ସେହି ସମୟରେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି। ପଞ୍ଜାବର ଦୁଇଟି ଗାଁର ଲୋକେ ଅରାଜି ଥିବାରୁ ଏଥିପାଇଁ ଜରିମାନା ଦେବାକୁ ପଡିବ ବୋଲି ଚାଷୀ ସଂଗଠନ କହିଛି।

ଖବର ଅନୁଯାୟୀ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀ ଟ୍ରାକ୍ଟର ରାଲି କରିବେ। ପଞ୍ଜାବ ଓ ହରିଆଣାର ଚାଷୀ ଏହି ଆନ୍ଦୋଳନ କରିବେ। କିନ୍ତୁ ପଞ୍ଜାବର ଭୁଲେରହେରୀ ଓ ସଙ୍ଗରୁର ଗାଁ’ର ଚାଷୀ ରାଲିରେ ଯୋଗ ଦେବେନି ବୋଲି ଜଣାପଡ଼ିଛି। ସେଥିପାଇଁ ଭାରତୀୟ କିଷାନ ୟୁନିଅନର ସଭାପତି ଜସବେର ସିଂହ, ଅଭତର ସିଂହ, ଭୁପେନ୍ଦର ସିଂହ ଦୁଇଟି ଗାଁର ଲୋକଙ୍କ କହିଛନ୍ତି ଯିଏ ଜାଣି ଶୁଣି ରାଲିରେ ଯୋଗ ନଦେବେ ତାଙ୍କୁ ୨୧ଶହ ଟଙ୍କା ଜୋରିମାନା ଦେବାକୁ ପଡିବ। ଆଉ ଯେଉଁମାନେ ଯୋଗଦେବେ ତାଙ୍କୁ ଡିଜେଲ ଖର୍ଚ୍ଚ ବହନ କରିବାକୁ ହେବ। ଯଦି କୌଣସି କାରଣରୁ ରାଲିରେ ଯୋଗ ନଦେଇପାରିବେ ସେମାନେ ୧୨ ଶହ ଟଙ୍କା ଜୋରିମାନା ଦେବେ। ରାଲିକୁ ସହଯୋଗ କରିନଥିବା ଚାଷୀଙ୍କୁ ଆଗାମୀ ଦିନରେ ସଂଘ କୌଣସି ସହଯୋଗ କରିବନି ବୋଲି ଚାଷୀ ନେତାମାନେ କହିଛନ୍ତି।

ମତାମତ ଦିଅନ୍ତୁ ।