ଟ୍ରଲିରେ ଶବ ବୋହିଲେ ପୁଅ, ପୁତୁରା ଓ ଝିଆରୀ

ପାତ୍ରପୁର : କରୋନା କାଳରେ ଅନେକ ଅଭାବନୀୟ ଘଟଣା ଘଟୁଛି। ଭୟ ପାଇଁ ହଜିଯାଉଛି ମାନବିକତା। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗ୍ରାମ ସାଗରବ୍ରାହ୍ମଣ ସାହିରେ। ଚାରି କାନ୍ଧ ମିଳିବାରୁ ପୁଅ, ପୁତୁରା ଓ ଝିଆରୀ ଶବକୁ ଟ୍ରଲି ରିକ୍ସାରେ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ସ୍ଵେଚ୍ଛାସେବୀମାନେ ପିପିଇ କିଟ୍ ପିନ୍ଧି ସେଠାରେ ପହଞ୍ଚି ସସମ୍ମାନର ସହ ଶବକୁ ସତ୍କାର କରିଥିଲେ।

ଖବର ଅନୁଯାୟୀ ସାଗରବ୍ରାହ୍ମଣ ସାହିର ଚନ୍ଦ୍ରଶେଖର ମହାନ୍ତି କିଛିଦିନ ହେଲା ଅସୁସ୍ଥ ଥିଲେ। ହଠାତ୍ ଗୁରୁତର ହୋଇ ପଡ଼ିବାରୁ ଗତକାଲି ସକାଳ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲେ ହେଁ ଡାକ୍ତରଖାନା ଶଯ୍ୟାରେ ଶବ ପଡ଼ି ରହିଥିଲା।
କର୍ମଚାରୀମାନେ ମଧ୍ୟ ଶବ ତଳକୁ ଓହ୍ଲାଇ ନଥିଲେ। ଆମ୍ବୁଲାନ୍ସ୍ ଯୋଗାଇ ଦିଆନଯିବାରୁ ଦଶମ ଶ୍ରେଣୀ ଛାତ୍ର ତଥା ମୃତକଙ୍କ ପୁତୁରା ଦୀନବନ୍ଧୁ ମହାନ୍ତି ଏକ ଟ୍ରଲି ରିକ୍ସା ଯୋଗାଡ଼ କରିଥିଲେ। ପୁଅ ବାବୁଲା ଓ ଝିଆରୀ ହୀରା ଶବକୁ ଟ୍ରଲି ରିକ୍ସାରେ ରଖି ମଶାଣିକୁ ନେଇଥିଲେ।

ଦୀନବନ୍ଧୁ ରିକ୍ସା ଚଳାଇଥିବାବେଳେ ବାବୁଲା ଓ ହୀରା ପଛେ ପଛେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ଲୋକେ ସାଜିଥିଲେ। କେବଳ ଦେଖଣାହାରୀ। ପରେ କିଛି ସ୍ଵେଚ୍ଛାସେବୀ ଓ ସାହିବାସିନ୍ଦା ଶ୍ମଶାନରେ ପହଞ୍ଚି ସଂସ୍କାର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button