ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ଟିକେଟ୍ ବୁକିଂ କରିହେବ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରୁ ଲାଗୁ ହେବ ନୂଆ ନିୟମ। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ଟିକେଟ୍ ବୁକିଂ କରିହେବ। ଭାରତୀୟ ରେଳବାଇର ସୂଚନା ଅନୁଯାୟୀ ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ଦ୍ୱିତୀୟ ରିଜର୍ଭେସନ ଚାର୍ଟ ଜାରି କରାଯିବ। ପ୍ରଥମ ଚାର୍ଟ ୪ ଘଣ୍ଟା ପୂର୍ବରୁ ଆସିଯିବ। ଏହି ବ୍ୟବସ୍ଥାରେ ତୁରନ୍ତ କୌଣସି ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀଙ୍କୁ ଏହାର ଫାଇଦା ମିଳିବ।

ରେଳବାଇ କହିଛି ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲିପଡୁଥିଲା। ସିଟ୍ ଖାଲି ପଡ଼ିବା ସତ୍ତ୍ୱେ ଅନେକ ଯାତ୍ରୀ ଜେନେରାଲ୍ ଶ୍ରେଣୀରେ ଯାତ୍ରା କରୁଥିଲେ। ଏବେ ତାହା ହେବ ନାହିଁ । ପ୍ରଥମ ଚାର୍ଟ ପରେ ଯେଉଁ ସିଟ୍ ଖାଲି ରହିବ ତାହାର ବୁକିଂ ଅନ୍‌ଲାଇନ୍‌ ଅଥବା କାଉଣ୍ଟରରେ କରାଯିବ। ଏଥିଲାଗି ପ୍ରଥମେ ଆସିଲେ ପ୍ରଥମେ ପାଇବା ନିୟମ ଲାଗୁ ହେବ।

ମତାମତ ଦିଅନ୍ତୁ ।