ଟ୍ରେନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ତଣ୍ଡ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଟ୍ରେନରେ ଯାତ୍ରୀଙ୍କ ପାଇଁ ଲାଗୁ ହୋଇଛି କଟକଣା। ଏଣିକି ଯେଉଁ ଯାତ୍ରୀମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡିବ। ଭାରତୀୟ ରେଳ ପକ୍ଷରୁ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଭାରତୀୟ ରେଳ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଟ୍ରେନ ବଗି ଭିତରେ କିମ୍ବା ଷ୍ଟେସନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଏହି କଟକଣା ଆଗାମୀ ୬ ମାସ ଯାଏଁ ବଳବତ୍ତର ରହିବ। ସେହିପରି ରେଳ ବୋର୍ଡ ଅଧ୍ୟକ୍ଷ ସୁନିତ ଶର୍ମା କହିଛନ୍ତି ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ କୋଭିଡ-୧୯ ନେଗେଟିଭ ହୋଇଥିବା ଜରୁରୀ। କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ-୧୯ ନିର୍ଦ୍ଦେଶନାମା ଯାତ୍ରୀମାନଙ୍କୁ ପାଳନ କରିବାକୁ ପଡିବ। ଏହାଛଡା କୋଭିଡ-୧୯ ମହାମାରୀ ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ଯାତ୍ରା ସମୟରେ ଭୋଜନ ସେବାକୁ ବନ୍ଦ କରିଦେଇଛି।

Leave A Reply

Your email address will not be published.