ଟ୍ରେନିଂ ବାହାନାରେ ଦେହ ବ୍ୟବସାୟ: ଧରାପଡ଼ିଲେ ଆଶାକର୍ମୀ

ଔରଙ୍ଗାବାଦ : ଆଶାକର୍ମୀଙ୍କ କେଲେଙ୍କାରୀ ଧରାପଡିଛି। ଟ୍ରେନିଂ ବାହାନାରେ ନାବାଳିକା ଯୁବତୀଙ୍କୁ ନେଇ ଚଳାଇଥିଲେ ଦେହ ବ୍ୟବସାୟ। ଏପରି ଘଟଣା ଔରଙ୍ଗାବାଦର ରଫିଗଞ୍ଜରେ ଚାଲିଥଲା ବୋଲି ଜଣାପଡିଛି।

ଖବର ଅନୁଯାୟୀ ଆଶାକର୍ମୀ ୧୬ ବର୍ଷୀୟା ଯୁବତୀଙ୍କୁ ଫସାଇ ଦେହ ବ୍ୟବସାୟରେ ଲଗାଉଥିଲେ। କିଲନ୍ତୁ ଯୁବତୀ ଜଣକ ଗର୍ଭବତୀ ହେବାପରେ ତାଙ୍କ ଘର ଲୋକ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଯୁବତୀଙ୍କ ମାଆଙ୍କର ପୋଲିସରେ ଅଭିଯୋଗ କରିବା ପରେ ଆଶା କର୍ମୀଙ୍କୁ ଗିରଫ କରାଯାଇଛି।

ଯୁବତୀଙ୍କ ମାଆ କହିଛନ୍ତି ଆଶାକର୍ମୀ ତାଙ୍କର ଝିଅକୁ ଟ୍ରେନିଂ ନାମରେ ଗାଁ ବାହାରକୁ ନେଇଯାଉଥିଲେ। କେବେ ରଫିଗଞ୍ଜ ଆଉ କେତେବେଳେ ଔରଙ୍ଗାବାଦ। ଏମିତି ସ୍ଥାନସବୁ ବୁଲାଉ ଝିଅ ସହ ଖରାପ କାମ କରାଉଥିଲେ। ଏଥିପାଇଁ ଝିଅକୁ ୧୦୦ଟଙ୍କା ଓ ୨୦୦ଟଙ୍କା ଦେଉଥିଲେ। ତାଙ୍କ ଝିଅକୁ ନେଇ ଆଶାକର୍ମୀ ଏମିତି ଧନ୍ଦା କରୁଛନ୍ତି ସେ ବିଷୟରେ ଜାଣିପାରି ନଥିଲେ।

ଦିନେ ଝିଅର ହଠାତ୍‌ ଦେହ ଖରାପ ହେବାରୁ ଆଶାକର୍ମୀ ତାକୁ ମହାରାଜଗଞ୍ଜର ରଫିଗଞ୍ଜ ସାଇ ହସ୍ପିଟାଲ ଭର୍ତ୍ତି କରିଥିଲେ। ଝିଅକୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିବାରୁ ଜଣାପଡ଼ିଲା ଝିଅ ୫ ମାସର ଗର୍ଭବତୀ। ଆଶାକର୍ମୀ ତାକୁ ଗର୍ଭପାତ ବଟିକା ଖାଇବାକୁ ଦେଇଥିଲେ। ଏହି ବଟିକା ଖାଇବା ପରେ ତାର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଯେଉଁଥି ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୀଡ଼ିତାର ମାଆଙ୍କ ଅଭିଯୋଗ ହେଲା ଆଶାକର୍ମୀ ଏହି ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାର ଧମକ ଦେଇଥିଲେ। ସେଥିପାଇଁ ଝିଅ କାହାକୁ କିଛି ନକହି ଚୁପ ରହିଥିଲା। ଥାନା ଅଧ୍ୟକ୍ଷ ଆନନ୍ଦ କୁମାର କହିଛନ୍ତି ଏହି ମାମଲାରେ ଅଭିଯୁକ୍ତ ଆଶାକର୍ମୀ ତଥା ସାଇଁ ହସ୍ପିଟାଲର ଡାକ୍ତର କମ୍ପାଉଣ୍ଡରଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦାଖଲ ହୋଇଛି।

ମତାମତ ଦିଅନ୍ତୁ ।