ଚୀନର ଅଡ଼ୁଆ ବଢ଼ାଇବ ମୋଦି ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଭାରତସରକାର ଆର୍ଥିକ କ୍ଷେତ୍ରରେ ଚୀନକୁ ଅନେକ ଝଟକ୍‌ା ଦେଇସାରିଲେଣି । ଏବେ ପୁଣି ଏକ ବଡ଼ ଧରଣର ଆର୍ଥିକ ଝଟକା ଦେବାକୁ ମୋଦି ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହି ନୂଆ ନିୟମରେ ସମସ୍ତ ଇଲେକ୍ଟ୍ରୋନିକ ସାମଗ୍ରୀ ଉତ୍ପାଦନ କରୁଥିବା ତଥା ବିକ୍ରିକରୁୁଥିବା ବ୍ୟକ୍ତି ବା ସଂସ୍ଥାଙ୍କୁ ସାମଗ୍ରୀ କେଉଁଠି ତିଆର ହୋଇଛି ସେ ସମ୍ପର୍କରେ ସମସ୍ତ ସୂଚନା ଦେବାକୁ ହେବ । ଏହାଦ୍ୱାରା ଗ୍ରାହକମାନେ ଜାଣିପାରିବେ ଯେ, ସେମାନେ କେଉଁ ଦେଶର ସାମଗ୍ରୀ କିଣୁଛନ୍ତି । ଏହି ନିୟମ ଲାଗୁହେଲେ ଚୀନର କାରବାର ଭାରତରେ ବହୁଳଭାବେ ପ୍ରଭାବିତ ହେବ । ସୂଚନା ଥାଉକି ଗଲବାନ୍ ସଂଘର୍ଷ ପରେ ଭାରତରେ ଚୀନ ପ୍ରଡକ୍ଟକୁ ନେଇ ପ୍ରବଳ ବିରୋଧ କରାଯାଇଛି ।

ମତାମତ ଦିଅନ୍ତୁ ।