ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଲେ କବିରୂଲ ଇସଲାମ

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଇସ୍ତଫା ଦେଇ ଚାଲିଛନ୍ତି। ଆଜି ସକାଳେ ବାରାକପୁରର ବିଧାୟକ ଶୀଳଭଦ୍ର ଦତ୍ତ ଦଳ ଛାଡିବାକୁ ଘୋଷଣା କରିଥିବା ବେଳେ ଅପରାହ୍ନରେ ସଂଖ୍ୟାଲଘୁ ମହାସଚିବ କବିରୂଲ ଇସଲାମ ଇସ୍ତଫା ଦେଇଛନ୍ତି। କବିରୂଲ ନିଜର ଇସ୍ତଫା ଦେବା ପଛର କାରଣ ବାବଦରେ ଉଲ୍ଲେଖ କରିନଥିଲେ ମଧ୍ୟ ତୃଣମୂଳ କଂଗ୍ରେସଠାରୁ ସଂଖ୍ୟାଲଘୁ ଭୋଟ ହାତଛଡା ହେବ ବୋଲି ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।