ତୃତୀୟ ସନ୍ତାନ ପ୍ରସଙ୍ଗ ଉଠାଇ ପୁଣି ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ : ତୃତୀୟ ସନ୍ତାନ ପ୍ରସଙ୍ଗ ଉଠାଇ ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ସେ ଟୁଇଟ୍ କରିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ଉପରେ କଠୋର ନିୟମ ହେବ ଆବଶ୍ୟକ। ତୃତୀୟ ସନ୍ତାନ ଜନ୍ମ ପାଇଁ ଜରିମାନା କିମ୍ବା ଜେଲ ଦଣ୍ଡ କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ବେଳେ ତାଙ୍କର ଆଉ ଦୁଇ ଭାଇଭଉଣୀ ଅଛନ୍ତି ବୋଲି ମନେ ପକାଇଦେଇଛନ୍ତି।

କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଠୋର ନିୟମ କରିବା ଉଚିତ୍। ଭୋଟ୍ ପଲିଟିକ୍ସ ବହୁତ ହେଲା। ଏହା ସତ୍ୟ ଯେ ଇନ୍ଦିରା ଗାନ୍ଧୀ ନିର୍ବାଚନରେ ​​ହାରିଯାଇଥିଲେ। ପରେ ଏହି ପ୍ରସଙ୍ଗ ଉଠାଇବାରୁ ତାଙ୍କୁ ହତ୍ୟା କରାଯାଇଥିଲା। କାରଣ ସେ ଲୋକମାନଙ୍କୁ ଷ୍ଟରଲାଇଜ୍ କରିଥିଲେ। କିନ୍ତୁ ଏହି ସମୟରେ ସଙ୍କଟକୁ ଦୃଷ୍ଟିରେ ରଖି ତୃତୀୟ ପିଲା ଜନ୍ମ କରିବାକୁ ନେଇ ଅତିକମରେ ଜରିମାନା କିମ୍ବା ଜେଲ ଦଣ୍ଡ ବ୍ୟବସ୍ଥା ରହିବା ଉଚିତ୍।

କଙ୍ଗନାଙ୍କ ଏପରି ମନ୍ତବ୍ୟରେ ଅନେକ ଲୋକ ତାଙ୍କୁ ଟ୍ରୋଲ କରିଛନ୍ତି। ହାସ୍ୟ ଅଭିନେତା ସାଲୋନି ଗୌର କଙ୍ଗନାଙ୍କ ଭାଇଭଉଣୀଙ୍କ ସ୍କ୍ରିନସଟ ପୋଷ୍ଟ କରିଛନ୍ତି। ଏହାର ଉତ୍ତରରେ କଙ୍ଗନା ଲେଖିଛନ୍ତି ଆଶ୍ଚର୍ଯ୍ୟଜନକ ନୁହେଁ, କମେଡି ଏକ ଜୋକ୍ ଠିକ୍ ତୁମ ପରି, ମୋ’ ଜେଜେବାପାଙ୍କର ୮ ଭାଇଭଉଣୀ ଥିଲେ। ସେହି ସମୟରେ ଅନେକ ପିଲାଙ୍କର ମୃତ୍ୟୁ ହେଉଥିଲା। ଜଙ୍ଗଲରେ ଅଧିକ ପଶୁ ଥିଲେ। ମଣିଷ କ୍ୱଚିତ୍ ଉପଲବ୍ଧ ଥିଲେ। ସମୟ ସହିତ ପରିବର୍ତ୍ତନ ହେବା ଉଚିତ୍। ସମୟର ଚାହିଦା ହେଉଛି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା। ଚୀନ୍ ଭଳି କଠୋର ନିୟମ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button