ତୁର୍କି : ଭୂମିକମ୍ପର ୪ଦିନ ପରେ ୩ ବର୍ଷର ଶିଶୁ ଜୀବିତ ଉଦ୍ଧାର

ଇସ୍ତାନବୁଲ୍ : ତୁର୍କୀରେ ଭୂମିକମ୍ପର ୪ଦିନ ପରେ ଭଗ୍ନ ଅବଶେଷ ମଧ୍ୟରୁ ୩ବର୍ଷର ଝିଅକୁ ଜୀବିତ ଉଦ୍ଧାର କରାଯାଇଛି। ଆୟଦା ଗେଜଗିନ୍ ନାମ୍ନୀ ଏହି ଝିଅଟି ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଇଜମିର ସହରର ଏକ ୮ମହଲା ଆପାର୍ଟମେଣ୍ଟର ଭଗ୍ନାବଶେଷରେ ପାଖାପାଖି ୯୧ଘଣ୍ଟା ଯାଏଁ ଭଙ୍ଗା ଚାପି ହୋଇ ରହିଥିଲା। ଆୟଦାଙ୍କ ମା’ଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଭଙ୍ଗା ଅବ​ଶେଷରୁ ବାହାର କରାଯାଇଥିଲା। ଆୟଦାଙ୍କ ଭାଇ ଓ ବାପା ଭୂମିକମ୍ପ ସମୟରେ ବିଲଡିଂରେ ନଥିଲେ। ଏବେ ସୁଦ୍ଧା ୧୦୭ ଜଣଙ୍କ ମୃତଦେହ ଭଗ୍ନାବଶେଷରୁ ବାହାର କରାଯାଇଛି।

ମତାମତ ଦିଅନ୍ତୁ ।