ତୁର୍କୀ ଓ ଗ୍ରୀସରେ ଭୂମିକମ୍ପ : ବିପୁଳ କ୍ଷୟକ୍ଷତି

ଇସ୍ତାନବୁଲ : ଭୂମଧ୍ୟସାଗର ଅଞ୍ଚଳର ଏଜିଆନ ସାଗରରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏହାର ତୀବ୍ରତା ରିଚର ସ୍କେଲରେ ୭ ବୋଲି କୁହାଯାଉଥିବା ବେଳେ ଭୂମିକମ୍ପର ପ୍ରଭାବରେ ତୁର୍କୀ ଓ ଗ୍ରୀସରେ ବିପୁଳ କ୍ଷୟକ୍ଷତି ହୋଇଛି। ଏଜିଆନ ସାଗରରେ ସୁନାମି ସୃଷ୍ଟି ହୋଇଥିବା ଜଣାପଡିଛି।

ଗ୍ରୀକ୍ ଗଣମାଧ୍ୟମ ସୂଚନା ଅନ୍ୟଯାୟୀ ଏହି ଭୂମିକମ୍ପ ପ୍ରଭାବରେ ଗ୍ରୀସର ସାମୋସ ସହର ଓ ତୁର୍କୀର ଇଜମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁତଳ କୋଠା ଭୁଷୁଡ଼ିପଡିବା ସହିତ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି। ଭୂମିକମ୍ପ ସମୟରେ ଏସବୁ ସହରରେ ରହୁଥିବା ଲୋକମାନେ ଭୟରେ ଏଣେତେଣେ ଦୌଡୁଥିବା ଦେଖାଯାଇଥିଲା। ତୁର୍କୀର ଇଜମୀ ସହର ସମେତ ଆଖପାଖର ଆଉ କେତେକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୋଠା ଗୁଡିକ ଭାଙ୍ଗିଯାଇଥିବାରୁ ଅନେକ ଲୋକ ଫସିରହିଥିବା ଜଣାପଡିଛି। କିନ୍ତୁ ଏବେ ମିଳିଥିବା ସୂଚନା ହେଲା ୪ ଜଣ ଲୋକ ପ୍ରାଣ ହରାଇବା ବେଳେ ୧୨୦ ଜଣ ଆହତ ହୋଇଛନ୍ତି।

ମତାମତ ଦିଅନ୍ତୁ ।