ଶ୍ରୀନଗର : ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ

ନୂଆଦିଲ୍ଲୀ : ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନ ୧୨ଟାରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏହି ଗୁଳିମାଡରେ ୨ ପୋଲିସକର୍ମୀ ଚିକିତ୍ସିତ ହେଉଥିବା ବେଳେ ସହିଦ ହୋଇଛନ୍ତି । ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହାପୂର୍ବରୁ କାଶ୍ମୀରର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲା । ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ । ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Back to top button