ୟୁକ୍ରେନ୍‌-ରୁଷ୍‌ ଉତ୍ତେଜନା : ଇଂଲଣ୍ଡର ଯୁଦ୍ଧପୋତ କୃଷ୍ଣସାଗର ମୁହାଁ

ଲଣ୍ଡନ : ନୂଆଦିଲ୍ଲୀ : ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଉତ୍ତେଜନା ପାଇଁ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ସମର୍ଥନରେ ବ୍ରିଟିସ୍‌ ଯୁଦ୍ଧପୋତ କୃଷ୍ଣସାଗର ଅଭିମୁଖେ ଯାତ୍ରା କରିବ ବୋଲି ସଂବାଦପତ୍ର ସନ୍‌ଡେ ଟାଇମ୍‌ସ୍‌ ରିପୋର୍ଟ କରିଛି। ୟୁକ୍ରେନ ନୌସେନା ଓ ବ୍ରିଟେନର ନାଟୋ ବାହିନୀକୁ ଏହି ଯୁଦ୍ଧପୋତ ସହଯୋଗ କରିବ।

ରିପୋର୍ଟ ଅନୁଯାୟୀ ବିମାନ ନିରୋଧୀ କ୍ଷେପଣାସ୍ତ୍ର ଥିବା ‘ଟାଇପ୍‌ ୪୫ ଡେଷ୍ଟ୍ରୟର୍‌’ ଓ ବୁଡ଼ାଜାହାଜ ବିଧ୍ୱଂସୀ ‘ଟାଇପ୍‌ ୨୩ ଫ୍ରିଗେଟ୍‌’ ଭୂମଧ୍ୟ ସାଗରରେ ଥିବା ‘ରୟାଲ୍‌ ନେଭି’ର ‘କ୍ୟାରିୟର୍‌ ଟାସ୍କ୍‌ ଗ୍ରୁପ୍‌’ରୁ ବୋସ୍‌ଫୋରସ୍‌ ପ୍ରଣାଳୀ ଦେଇ କୃଷ୍ଣସାଗର ମଧ୍ୟକୁ ପ୍ରବେଶ କରିବେ। କୃଷ୍ଣସାଗରରେ ଯୁଦ୍ଧପୋତର ସହାୟତା ପାଇଁ ଆରଏଏଫ ଏଫ ୩୫ବି ଜେଟ୍ସ ଓ ମେରଲିନ୍‌ ସବମାରିନ ହଣ୍ଟିଂ ହେଲିକପ୍ଟର ବ୍ୟାକଅପ୍‌ରେ ରହିବ। ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ବ୍ରିଟେନ ପ୍ରସ୍ତୁତ। ୟୁକ୍ରେନର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି।

ସୂଚନାଯୋଗ୍ୟ ୟୁକ୍ରେନ ସୀମରେ ରୁଷ ସୁରକ୍ଷାକର୍ମୀଙ୍କ ଛାଉଣି ସୃଷ୍ଟି କରିଛି। ଏହାର ଜବାବ ଦେବାକୁ ୟୁକ୍ରେନ ପ୍ରସ୍ତୁତ ରହିଥିବା ବେଳେ ପୂର୍ବ ୟୁକ୍ରେନ୍‌ରେ ସୁରକ୍ଷାକର୍ମୀ ଓ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଆହୁରି ଭୟଙ୍କର ହୋଇଛି।

Leave a Reply

Your email address will not be published. Required fields are marked *

Back to top button