ୟୁସି ବ୍ରାଉଜରର ବିକଳ୍ପ ହେଲା ଆଇସି ବ୍ରାଉଜର

ନୂଆଦିଲ୍ଲୀ : ଦେଶର ପ୍ରଥମ ଦେଶୀ ବ୍ରାଉଜର ଆଇସି ବ୍ରାଉଜର। ଏହାକୁ ପ୍ରସ୍ତୁତ କରିଛନ୍ତି ଆଣିଛନ୍ତି ଟାଟା କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ। ଏହି ଆପ୍ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି। କୁହାଯାଉଛି ଚାଇନା ଆପ ୟୁସି ବ୍ରାଉଜରର ଏହା ବିକଳ୍ପ।

ଭାରତରୁ ଡାଟା ଚୋରିକୁ ରୋକିବା ପାଇଁ ଆଇସି ବ୍ରାଉଜର ଆପ ପ୍ରସ୍ତୁତ ହୋଇଛି। ଏହାର ସର୍ଭର ଭାରତରେ ଥିବାରୁ ଡାଟା ଚୋରି ହେବାର ଆଶଙ୍କା ନାହିଁ। ଆଉ ଏହି ଆପରେ ଏକ ଭଲ ଫିଚର ହେଲା କିଛି ତଥ୍ୟ ସେଭ ହୋଇ ରହେ ନାହିଁ। ବ୍ୟବହାର କରିବା ପରେ ଖୋଜା ଯାଇଥିବା ତଥ୍ୟ ଆପେ ଆପେ ହିଷ୍ଟ୍ରିରୁ ଡିଲିଟ ହୋଇଯାଏ। ଏଥିରେ ଏକ ସର୍ଟ ଭିଡିଓ ଆପ ଅଛି। ଯାହା ଚାଇନା ଭିଡିଓ ଟିକଟକ ଠାରୁ ଅଧିକ ଲୋକପ୍ରିୟ ହେବ ବୋଲି କୁହାଯାଉଛି। ଏଥିସହ ସର୍ଟ ନ୍ୟୁଜ ଫିଚର ରହିଛି। ଏଥିରେ ଟ୍ରେଣ୍ଡ ନ୍ୟୁଜ ବିଷୟରେ ଖୁବ ଶୀଘ୍ର ସୂଚନା ମିଳିବ।

ମତାମତ ଦିଅନ୍ତୁ ।