ଉଧାର ଟଙ୍କା ମାଗିବାରୁ ଝରାଫୁଲର ଜୀବନ ନେଲା ରାକେଶ

0

ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲକୁ ଟଙ୍କା ପାଇଁ ଶ୍ଵାସରୁଦ୍ଧ କରି ମାରିଥିଲା ପୁରୁଷ ବନ୍ଧୁ ରାକେଶ। ଯାଜପୁର ପୋଲିସ ଶକ୍ତି ସ୍ୱାଇଁକୁ ଗିରଫ କରିବା ପରେ ଏବେ ପ୍ରକୃତ ଘଟଣା ପଦାକୁ ଆସିଛି।

ଗୁରୁବାର ଯାଜପୁର ଏସପି ରାହୁଲ ପି. ଆର. ଝରାଫୁଲ ହତ୍ୟାକାଣ୍ଡ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଲେ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଝରାଫୁଲଠାରୁ ବିିଭିନ୍ନ ସମୟରେ ଟଙ୍କା ଉଧାର ସୁତ୍ରରେ ନେଇଥିଲା। କିନ୍ତୁ ଫେରାଉନଥିବାରୁ ଝରାଫୁଲ ଟଙ୍କା ଦେବାକୁ ଜିଦ୍ କରିଥିଲେ। ସେଥିପାଇଁ ରାକେଶ ହତ୍ୟା କରିବାକୁ ଯୋଜନା କରିଥିଲା। ଗତ ଜାନୁଆରୀ ୨୬ ତାରିଖ ଦିନ ରାକେଶ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲକୁ ରଖିଥିଲା। ସେଠାରେ ତାଙ୍କୁ ଜୋରଜବରଦସ୍ତ ମଦ ପିଇଆବାରୁ ସେ ବେହୋସ ହୋଇଯାଇଥିଲେ। ଏହା ପରେ ରାକେଶ ଝରାଫୁଲକୁ ଶ୍ଵାସରୁଦ୍ଧ କରି ହତ୍ୟା କରିଥିଲା। ତା’ ପରଦିନ ଶକ୍ତି ସ୍ୱାଇଁ ସହିତ ଏକ ସ୍କୁଟିରେ ଝରାଫୁଲର ମୃତଦେହକୁ ନେଇ କୁଆଖିଆ ଥାନା ମୁଳାପାଳ ଛକ ନିକଟ ରାସ୍ତା କଡରେ ଫିଙ୍ଗି ଦେଇଥିଲେ। ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଅମରେଶ ରାଉତ ଗିରଫ ହୋଇଥିଲେ। ବୁଧବାର ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ ସହାୟତାରେ ଶକ୍ତି ସ୍ୱାଇଁକୁ ଯାଜପୁର ପୋଲିସ ଗିରଫ କରିଥିବା ସେ କହିଛନ୍ତି।

Leave A Reply

Your email address will not be published.