ଉତ୍କଳ ଦିବସ : ୧୯ ଜିଲ୍ଲାରେ ମନ୍ତ୍ରୀ ହେବେ ଅତିଥି

ଭୁବନେଶ୍ୱର : ଏପ୍ରିଲ ପହିଲା ଉତ୍କଳ ଦିବସ ସମାରୋହରେ ରାଜ୍ୟର ୧୯ଟି ଜିଲ୍ଲାରେ ମନ୍ତ୍ରୀମାନେ ଅତିଥି ହେବେ। ବାକି ଅନ୍ୟ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅତିଥି ହେବେ ବୋଲି ସୂଚନା ଦିଆଯାଇଛି।
ଖବର ଅନୁଯାୟୀ ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ ରାଜଧାନୀ ଭୁବନେଶ୍ୱରରେ ପାଳିତ ହେବ। ଏଥିରେ ଭୁବନେଶ୍ୱରର ଦୁଇ ବିଧାୟକ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଅତିଥି ହେବେ। ସେହିପରି ବରଗଡ଼ରେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ବଲାଙ୍ଗିରରେ ମନ୍ତ୍ରୀ ସୁଶାନ୍ତ ସିଂ, କଟକରେ ବିକ୍ରମ କେଶରୀ ଆରୁଖ, ଦେବଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଢେଙ୍କାନାଳରେ ଦିବ୍ୟଶଙ୍କର ମିଶ୍ର, ଗଜପତିରେ ଜଗନ୍ନାଥ ସାରକା, ଗଞ୍ଜମ (ବ୍ରହପୁର)ରେ ପ୍ରଫୁଲ୍ଲ ମଲ୍ଲିକ, ଯାଜପୁରରେ ପଦ୍ମନାଭ ବେହେରା, ସମ୍ବଲପୁରରେ ଅରୁଣ ସାହୁ, ସୋନପୁରରେ ସୁଦାମ ମାର୍ଣ୍ଡି, ରାଉରକେଲାରେ ନିରଞ୍ଜନ ପୂଜାରୀ, ପୁରୀରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୟୂରଭଞ୍ଜରେ ପ୍ରତାପ ଜେନା, କେନ୍ଦୁଝରରେ ସମୀର ରଞ୍ଜନ ଦାଶ, କଳାହାଣ୍ଡିରେ ନବକିଶୋର ଦାସ, କୋରାପୁଟରେ ପଦ୍ମିନୀ ଦିଆନ୍ ଓ ମାଲକାନଗିରିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ହେବେ।
ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିଶନର ମୁଖ୍ୟ ଅତିଥି ହେବେ ଓ ଅନ୍ୟ ସମସ୍ତ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜିଲ୍ଲାସ୍ତରୀୟ ଉତ୍କଳ ଓଡ଼ିଶା ଦିବସରେ ମୁଖ୍ୟ ଅତିଥି ହେବେ ବୋଲି ସୂଚନା ଦିଆଯାଇଛି।