ଉଲ୍ଲଗ୍ନ ହୋଇ ଦୌଡ଼ି ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମିଲିନ୍ଦ

ମୁମ୍ବାଇ : ମଡେଲ ତଥା ଅଭିନେତା ମିଲିନ୍ଦ ସୋମନଙ୍କର ଆଜି ଜନ୍ମ ଦିନ। ୫୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଏବେବି ସେ ପୁରା ଫିଟ୍‌। ଜନ୍ମଦିନ ଅବସରରେ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ସେ ସୋଶାଲ ମିଡିଆରେ ଛାଡ଼ିଛନ୍ତି। ସଂପୂର୍ଣ୍ଣ ଭାବେ ଉଲ୍ଲଗ୍ନ ହୋଇ ସମୁଦ୍ରକୂଳରେ ଦୌଡ଼ିଛନ୍ତି ମିଲିନ୍ଦ। ଏହି ଦୌଡ଼ିବା ବେଳର ଫଟୋ ଉଠାଇଛନ୍ତି ତାଙ୍କ ପତ୍ନୀ। ଯାହାକୁ ଶେୟାର କରି ମିଲିନ୍ଦ ନିଜକୁ ନିଜେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ମିଲିନ୍ଦ କହିଛନ୍ତି ମୋତେ ଜନ୍ମଦିନର ଶୁଭେଚ୍ଛା। ୫୫ ଓ ରନିଂ। ତାଙ୍କ ପତ୍ନୀ ଅଙ୍କିତା କନୱର ମଧ୍ୟ କିଛି ରୋମାଣ୍ଟିକ ଓ ବୋଲ୍ଡ ଅନ୍ଦାଜରେ ଦୁଇ ଜଣଙ୍କ ଫଟୋ ପୋଷ୍ଟ କରି ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଉଲ୍ଲଗ୍ନ ହୋଇ ମିଲିନ୍ଦ ଦୀର୍ଘ ୧୨ କିମି ଯାଏ ସମୁଦ୍ରକୂଳରେ ଦୌଡ଼ିଥିବା ସେ କହିଛନ୍ତି।

ମତାମତ ଦିଅନ୍ତୁ ।