ଉଲଗ୍ନ ହୋଇ ଦୌଡ଼ିବା ପାଇଁ ମିଲିନ୍ଦଙ୍କ ନାଁରେ ମାମଲା

ମୁମ୍ବାଇ : ଗୋଆ ବିଚ୍‌ରେ ଉଲଗ୍ନ ହୋଇ ଦୌଡ଼ିଥିବା ବଲିଉଡ୍‌ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଆ ସୁରକ୍ଷା ମଞ୍ଚର ଅଭିଯୋଗ କ୍ରମେ ମିଲିନ୍ଦଙ୍କ ବିରୋଧରେ କୋଲ୍ୱା ଥାନାରେ ଆଇପିସିର ଧାରା ୨୯୪ ଓ ଆଇଟି ଆକ୍ଟର ଧାରା ୬୭ରେ ମାମଲା ରୁଜୁ କରାଯାଇଛି। ନଭେମ୍ବର ୪ ତାରିଖରେ ୫୫ତମ ଜନ୍ମଦିନ ଅବସରରେ ମିଲିନ୍ଦ ଗୋଆ ବିଚ୍‌ରେ ଉଲଗ୍ନ ହୋଇ ୧୨ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଅଙ୍କିତା କନୱର ଫଟୋ ଉଠାଇଥିଲେ। ସୋଶାଲ୍ ମିଡିଆରେ ଫଟୋ ପୋଷ୍ଟ କରି ମିଲିନ୍ଦ ଲେଖିଥିଲେ- ମୋତେ ଜନ୍ମଦିନର ଶୁଭେଚ୍ଛା। ୫୫ ଓ ରନିଂ।

ମତାମତ ଦିଅନ୍ତୁ ।