ଉମରକୋଟ : ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ମୃତ

ନବରଙ୍ଗପୁର : ଉମରକୋଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡିଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉମରକୋଟ ତାଲାପଦର ପାଖରେ ନିର୍ମାଣାଧିନ ପୋଲ ନିର୍ମାଣ ଚାଲିଥିଲା। ଏହା ଭୁଶୁଡ଼ି ପଡ଼ିବାରୁ ଜଣକର ଜୀବନ ଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତ ୬ ଶ୍ରମିକଙ୍କୁ ଉମରକୋଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।