Breaking Newsଅପରାଧ

ଉମରକୋଟ ସେତୁ ଭୁଶୁଡ଼ିବା ଘଟଣାରେ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନାମରେ ମାମଲା

ନବରଙ୍ଗପୁର : ଉମରକୋଟ ତାଲାପଦର ବିଜୁ ସେତୁ ଭୁଶୁଡି ଜଣେ କର୍ମଚାରୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଉନ୍ନୟନ କମିସିନର ପ୍ରଦୀପ କୁମାର ଜେନାଙ୍କ ନିର୍ଦ୍ଦେଶ ପରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ ଉମରକୋଟ ଥାନାରେ ଏତଲା ଦାୟର କରିଥିଲେ। ଏହି ଆଧାରରେ ଠିକାଦାର ଆଶିଷ କୁମାର ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ଅସିତ ପାତ୍ର ଓ ସହକାରୀ ଯନ୍ତ୍ରୀ ନିରଂଜନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button