ଲକ୍‌ଡାଉନ୍‌କୁ ଅବଧି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Uncategorized

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ୨୧ ଦିନିଆ ‘ଲକ୍‌ଡାଉନ’ର ଜାରି ରହିଛି। ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ଅବଧି ଶେଷ ହେବ। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଅବଧି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପରାମର୍ଶ ଦେଇଛନ୍ତି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ସେ କରିଥିବା ଟୁଇଟରେ କହିଛନ୍ତି ବୋଷ୍ଟନର ଏକ କନସଲଟିଂ ଗ୍ରୁପ୍‌ ଲକ୍‌ଡାଉନ୍‌କୁ ଜୁନ୍‌ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ କହିଥିବା ଦର୍ଶାଇଛନ୍ତି।
ଗତ ଶନିବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ଲକ୍‌ଡାଉନ୍‌ ଉଠାଇବା ନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ମାଗିଥିଲେ।

ମତାମତ ଦିଅନ୍ତୁ ।