ଫୁଲ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ

ଭୂବନେଶ୍ବର : ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଫୁଲ ଦେବା ବାହାନାରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ସେହି ଅଞ୍ଚଳର ଅଲେଖ ସାହୁ ନାମକ ବ୍ୟକ୍ତିକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ଅଭିଯୋଗ ଅନୁସାରେ, ନାବାଳିକା ଜଣକ ସବୁଦିନ ସକାଳୁ ଆଖପାଖ ଅଞ୍ଚଳକୁ ଫୁଲ ତୋଳିବାକୁ ଯାଆନ୍ତି । ଅଭିଯୁକ୍ତ ଅଲେଖ ଭଡ଼ା ରହୁଥିବା ସ୍ଥାନକୁ ମଧ୍ୟ ଶିଶୁ ଫୁଲ ଆଣିବାକୁ ନିୟମିତ ଯାଉଥିଲେ । ତେବେ ୨ ଦିନ ତଳେ ନାବାଳିକା ଘର ସାମ୍ନାରେ ବୁଲୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଫୁଲ ନେବାକୁ ଘରକୁ ଡାକିଥିଲା । ଏହି ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଅଭିଯୁକ୍ତ ଫୁଲ ଜରି ନେଇ ବାଥରୁମ୍‌ରେ ରଖିବା ସହ ତାଙ୍କୁ ଭିତରକୁ ଆସି ନେଇଯିବାକୁ କହିଥିଲା । ନାବାଳିକା ଭିତରକୁ ଯିବା ପରେ ଅଭିଯୁକ୍ତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ଦୁ୍‌ଷ୍କର୍ମ ଉଦ୍ୟମ କରିଥିଲା ।

ତେବେ ନାବାଳିକା କୌଣସି ମତେ ଘଟଣାସ୍ଥଳରୁ ଖସି ଆସିଥିଲେ । ମାତ୍ର ମାନସିକସ୍ତରରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଘର ଲୋକେ ପଚାରିବା ପରେ ସେ ଘଟଣା ସମ୍ପର୍କରେ ଜଣାଇବାରୁ ପୁଲିସ୍‌ରେ ଏନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Back to top button