ଅଜଣା ଜନ୍ତୁ ରିଟର୍ଣ୍ଣ : ୨ ଦିନରେ ଖାଇଛି ଦୁଇଟି ବାଛୁରୀ

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଗାଦବାକତରା ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗତ ଦୁଇ ଦିନ ଧରି ଗାଁ ଲୋକଙ୍କ ଗୁହାଳରେ ପଶି ରାତି ଅଧରେ ବାଛୁରୀ ଗୁଡିକୁ ମାରି ଖାଉଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଦୁଇ ଦିନରେ ଦୁଇଟି ବାଛୁରୀ ଖାଇସାରିଲାଣି ସେହି ଅଜଣା ଜନ୍ତୁ।

ଲୋକ ସେହି ଅଜଣା ଜନ୍ତୁକୁ ଦେଖିନଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ସେହି ଅଜଣା ଜନ୍ତୁଟି କଲରାପତରିଆ ବାଘ ହୋଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ମାତ୍ର ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ । ଲୋକମାନେ ଏ ନେଇ ବନ ବିଭାଗକୁ ଖବର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button