ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ : ଉପ-ନିର୍ବାଚନରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆଜି ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି। ସେହିପରି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଓ ଇ.ଏସ.ଆଇ.ଏଲ ଇଞ୍ଜିନିୟରମାନେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ମଧ୍ୟ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି।

ଏହା ବ୍ୟତୀତ ଉପରୋକ୍ତ କର୍ମଚାରୀମାନେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଯଦି ହିଂସାତ୍ମକ ଗଣ୍ଡଗୋଳ, ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ଲ୍ୟାଣ୍ଡମାଇନ୍ସ ଦ୍ୱାରା ମୃତ୍ୟୁ ବରଣ କରନ୍ତି ତେବେ ମୃତକଙ୍କ ପରିବାରକୁ ବି ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

ମତାମତ ଦିଅନ୍ତୁ ।