ଉପନିର୍ବାଚନରେ ହାରି ଇସ୍ତଫା ଦେଲେ ଇମର୍ତ୍ତୀ ଦେବୀ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ଉପ ନିର୍ବାଚନରେ ହାରି ଯାଇଥିବା ରାଜ୍ୟର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଇମର୍ତ୍ତୀ ଦେବୀ ଆଜି ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିକଟକୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଚୌହାନ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ତିନିଜଣ ମନ୍ତ୍ରୀ ଅଦାଲ ସିଂ କାନସାନା, ଗିରାଜ ଦାଣ୍ଡୋଟିଆ ଓ ଇମର୍ତ୍ତୀ ଦେବୀ ସଦ୍ୟ ଉପ ନିର୍ବାଚନ ଲଢିଥିଲେ। ପରାଜୟ ପରେ ସର୍ବପ୍ରଥମେ କାନସାନା। ପରେ ଡାଣ୍ଡୋଟିଆ ଓ ଆଜି ଇମର୍ତ୍ତୀ ଦେବୀ ଇସ୍ତଫା ଦେଇଛନ୍ତି।

ମତାମତ ଦିଅନ୍ତୁ ।