ଉର୍ବଶୀ ରୌତେଲାଙ୍କ ବାଲେଟ୍ ଡ୍ୟାନ୍ସ

0

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମରେ ଏକ ଡ୍ୟାନ୍ସର ଫଟୋ ସେୟାର କରିଛନ୍ତି। ନୀଳ ରଙ୍ଗର ଡ୍ରେସରେ ସମୁଦ୍ର କୂଳରେ ନୃତ୍ୟ କରୁଥିବା ଉର୍ବଶୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ଅଭିନେତ୍ରୀ ଉର୍ବଶୀ ସୋସିଆଲ ମିଡିଆରେ ଯେଉଁ ସେୟାର କରିଛନ୍ତି ସେଥିରେ ତାଙ୍କୁ ଡ୍ୟାନ୍ସ ଷ୍ଟେପ୍ ପୋଜରେ ଦେଖିବାକୁ ମିଳିଛି। ସେ କ୍ୟାପସନ ଲେଖିଛନ୍ତି “ସମୁଦ୍ର କୂଳରେ ବାଲେଟ୍ ଡ୍ୟାନ୍ସ”। ତାଙ୍କର ଏକ ରୋମାଣ୍ଟିକ୍ ଗୀତ ଆସୁଛି। ସେ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ଦେଖିବାକୁ ମିଳିଛି।

ଖବର ହେଲା ଏହି ଦୁଇଜଣଙ୍କୁ ‘ମର ଯାଏଙ୍ଗେ’ ମ୍ୟୁଜିକ୍ ଆଲବମରେ ଦେଖିବାକୁ ମିଳିବ। ଉର୍ବଶୀ ଓ ଗୁରୁଙ୍କ ଏହି ଗୀତକୁ ଟି ସିରିଜ୍ ବ୍ୟାନରରେ ଗୋଆରେ ସୁଟିଂ କରାଯାଉଛି। କୋରିଓଗ୍ରାଫି କରିଛନ୍ତି ରେମୋ ଡି’ସୁଜା। ଏହାପୂର୍ବରୁ ଉର୍ବଶୀ ମ୍ୟୁଜିକ୍ ଭିଡିଓ ‘ଏକ ଲଡକୀ ଭୀଗୀ ଭାଗୀ ସି’ ଏବଂ ‘ତେରି ଲୋଡ୍ ୱେ’ରେ ନଜର ଆସିଥିଲେ।

ଉର୍ବଶୀଙ୍କୁ ଏହାପୂର୍ବରୁ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ରେ ଦେଖିବାକୁ ମିଳିଥିଲା। ଆଗକୁ ୱେବ୍ ସିରିଜ୍ ‘ଇନ୍ସପେକ୍ଟର ଅବିନାଶ’ ପାଇଁ ଅଭିନେତା ରଣଦୀପ ହୁଡାଙ୍କ ସହ ତାଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ମଧ୍ୟପ୍ରଦେଶର ଚମ୍ବଲରେ ସୁଟିଂ କରାଯାଇଛି। ଏଥିରେ ଫିଲ୍ମଟି ଲକ୍ଷ୍ନୌ ପୋଲିସ୍ ଅଫିସର୍ ଅବିନାଶ ମିଶ୍ରଙ୍କ ପ୍ରକୃତ କାହାଣୀ ଉପରେ ଆଧାରିତ।

Leave A Reply

Your email address will not be published.