ଉର୍ମିଳା ଅଭିନୟ ନୁହେଁ, ‘ସପ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା : କଙ୍ଗନା

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ବଲିଉଡରେ ଡ୍ରଗ୍ସ ଲିଙ୍କ ସମ୍ପର୍କରେ ମତଦେଇ ବିବାଦୀୟ ହୋଇପଡିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ବିବାଦ ତାଙ୍କ ପିଛା ଛାଡୁନି। ପ୍ରତ୍ୟେକ ଜାରି ରହିଛି ଟ୍ଵିଟର ଯୁଦ୍ଧ। କଙ୍ଗନାଙ୍କୁ ଯେଉଁମାନେ ଟାର୍ଗେଟ କରୁଛନ୍ତି ସେମାନଙ୍କୁ ସେ ଦେଉଛନ୍ତି କଡା ଜବାବ। ଏହି କ୍ରମରେ ଶିବସେନା ନେତାଙ୍କ ପରେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବଲିଉଡକୁ ସମର୍ଥନ କରି କଙ୍ଗନାଙ୍କୁ ବିରୋଧ କରିଥିଲେ। ଜୟା ବଚ୍ଚନଙ୍କ ପରେ ଉର୍ମିଲା ମାତୋଣ୍ଡକର କଙ୍ଗନାଙ୍କୁ ବିରୋଧ କରିଛନ୍ତି। ସେ କହିଛନ୍ତି ସମଗ୍ର ଦେଶ ଡ୍ରଗ୍ସ ଓ ନିଶା ଦ୍ରବ୍ୟ ବିପଦର ସମ୍ମୁଖୀନ ହେଉଛି। କଙ୍ଗନା ଜାଣନ୍ତି କି ହିମାଚଳ ଡ୍ରଗ୍ସର ଉତ୍ପତ୍ତି କେନ୍ଦ୍ର ଅଟେ ? ସେ ନିଜ ରାଜ୍ୟରୁ ଡ୍ରଗ୍ସ ନିଷେଧ କରିବା ଅଭିଯାନ ଆରମ୍ଭ କରିବା ଉଚିତ୍।

କଙ୍ଗନା ଏହାର ଜବାବରେ କହିଛନ୍ତି ମୁଁ ଆଜି ଉର୍ମିଲା ମାତୋଣ୍ଡକର ଦେଇଥିବା ସାକ୍ଷାତକାର ଦେଖିଲି। ସେ ସାକ୍ଷାତକାର ମାଧ୍ୟମରେ ମୋତେ ଟାର୍ଗେଟ କରିଥିଲେ। ବିଜେପି ଟିକେଟ ପାଇବା ପାଇଁ ମୁଁ ଏହା କରୁଛି ବୋଲି କହିଥିଲେ। ଟିକେଟ୍ ପାଇବା ମୋ ପାଇଁ କଷ୍ଟସାଧ୍ୟ ନୁହେଁ। ଟିକେଟ ପାଇବା ପାଇଁ ନିଜ ଜୀବନ ସହିତ ଖେଳିବା ଓ ନିଜ ସମ୍ପତ୍ତି ନଷ୍ଟ କରିବାର ଆବଶ୍ୟକତା ନାହିଁ। ଉର୍ମିଲା ମାତୋଣ୍ଡକର ନିଜ ଅଭିନୟ ପାଇଁ ନୁହେଁ ବରଂ ‘ସଫ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା। ଯଦି ସେ ଟିକେଟ୍ ପାଇପାରିଲେ ତେବେ ମୁଁ ମଧ୍ୟ ଟିକେଟ୍ ପାଇ ପାରିବି। ସେଥିପଇଁ ମୋତେ ନିଜର କ୍ଷତି କରିବାର କୌଣସି ଆବଶ୍ୟକତା ନାହିଁ।

ମତାମତ ଦିଅନ୍ତୁ ।