ଉଷା ଆଣ୍ଟି-ବ୍ୟାକ୍ଟିରିଆଲ ଷ୍ଟେରିଲାଇଜେଶନ ବର୍ଗର ୱାଟର ହିଟରର ବଜାର ପ୍ରବେଶ

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ କଞ୍ଜ୍ୟୁମର୍ ଡ୍ୟୁରାବୁଲ୍ ବ୍ରାଣ୍ଡ୍ ଉଷା ଇଂଟରନ୍ୟାସନାଲ୍ ପକ୍ଷରୁ ଶୀତଦିନକୁ ଦୃଷ୍ଟିରେ ରଖି ନୂଆ ଆଂଟି-ବ୍ୟାକ୍ଟିରିଆଲ ଷ୍ଟେରିଲାଇଜେଶନ ବର୍ଗର ୱାଟର ହିଟରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ଆକ୍ୱେରା ସିରିଜ୍‌, ଆକ୍ୱା ଟାଇଡ୍ ଓ ଆକ୍ୱା ହୋରିଜୋନ୍ ଆଦି ୱାଟର ହିଟରକୁ ସାମିଲ୍ କରାଯାଇଛି। ଏଗୁଡ଼ିକର ଆକର୍ଷଣୀୟ ଡିଜାଇନିଂ ଓ ଷ୍ଟାଇଲ୍ ଗ୍ରାହକଙ୍କ ଆକୃଷ୍ଟ କରିବାକୁ ସକ୍ଷମ ହେବ।

ନୂତନ ରେଞ୍ଜ୍‌ର ଏହି ୱାଟର ହିଟରଗୁଡ଼ିକରେ ଅନନ୍ୟ ହିଟିଂ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ୱେଦର-ପ୍ରୁଫ୍ କୋଟିଂ, କଟିଂ-ଏଡଜ୍ ଗ୍ଲାସ୍ ଏନାମେଲ୍ ଲାଇନିଂ ରହିଛି। ଏହା ୱାଟର ହିଟରକୁ କଳଙ୍କି ଲାଗିବାରୁ ସୁରକ୍ଷା ପ୍ରଦାନ କରିବା ସହିତ ଦୀର୍ଘ ସ୍ଥାୟିତ୍ୱକୁ ନିଶ୍ଚିତ କରାଇବ। ଏହାଛଡା ଅତ୍ୟଧିକ ତାପମାତ୍ରା ପାଇଁ ଅଟୋମେଟିକ୍ କଟ୍ ଅଫ୍ ସେଟ୍ କରାଯାଇଛି। ତାପମାତ୍ରା ଅନୁସାରେ ପାୱାର ଅଫ୍ କରିଦେବ। ଫଳରେ ବିଦ୍ୟୁତ୍ ସଂଚୟ ହୋଇପାରିବ।

ଉଷାର ଆକ୍ୱେରା ଡିଜି ୱାଟର ହିଟର ଧଳା ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଏହାର ୧୫ ଲିଟର ଓ ୨୫ ଲିଟର କ୍ଷମତା ବିଶିଷ୍ଟ ୱାଟର ହିଟରର ଦାମ୍ ଯଥାକ୍ରମେ ୧୩,୪୯୫ ଟଙ୍କା ଏବଂ ୧୪,୯୯୫ ଟଙ୍କା ରହିଛି। ସେହିପରି ଆକ୍ୱେରା ଟାଇଡ୍ ୱାଟର ହିଟର ୧୫ ଲିଟରର ଦାମ୍ ୧୨,୦୯୫ ଟଙ୍କା ଓ ୨୫ ଲିଟର ୱାଟର ହିଟରର ଦାମ୍ ୧୩,୪୯୫ ଟଙ୍କା ରହିଛି। ଆକ୍ୱେରା ୱାଟର ହିଟର ୧୦ ଲିଟର, ୧୫ ଲିଟର ଓ ୨୫ ଲିଟର କ୍ଷମତା ବିଶିଷ୍ଟ ଦାମ୍ ଯଥାକ୍ରମେ ୧୧,୦୯୫ ଟଙ୍କା, ୧୧,୯୯୫ ଟଙ୍କା ଏବଂ ୧୩,୪୯୫ ଟଙ୍କା ରହିଛି। ଆକ୍ୱେରା ହୋରିଜୋନ୍ ୱାଟର ହିଟର ୧୫ ଲିଟର ଓ ୨୫ ଲିଟରର ଦାମ୍ ଯଥାକ୍ରମେ ୧୧,୪୯୫ ଟଙ୍କା ଓ ୧୨,୫୯୫ ଟଙ୍କା ରହିଛି। ଉଷାର ଏହି ନୂଆ ୱାଟର ହିଟରର ଟ୍ୟାଙ୍କ୍ ଉପରେ ୮ ବର୍ଷର ୱାରେଂଟି ରହିଥିବା ବେଳେ ଏଲିମେଂଟ୍ ଉପରେ ୩ ବର୍ଷ, ପ୍ରଡକ୍ଟ ଉପରେ ୨ ବର୍ଷର ୱାରେଂଟି ଓ ଇନଷ୍ଟଲଲେଶନ ମାଗଣା ରହିଛି।

ମତାମତ ଦିଅନ୍ତୁ ।