ଉତ୍ତର କୋରିଆ ଶାସକଙ୍କ ସମ୍ପର୍କରେ ୯୦ ମିନିଟ୍‌ ପିଲାଙ୍କୁ ପଢାଇବାକୁ ନିର୍ଦ୍ଦେଶ

ପୋଙ୍ଗୟାଙ୍ଗ : ନର୍ସରୀ ପିଲାମାନଙ୍କ ଶିକ୍ଷାଦାନ ନେଇ ଉତ୍ତର କୋରିଆରେ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି ଶାସକ କିମ୍‌ ଜଙ୍ଗ ଉନଙ୍କ ସମ୍ପର୍କରେ ନର୍ସରୀ ପିଲାମାନଙ୍କୁ ଦିନକୁ ୯୦ ମିନିଟ୍‌ ପଢାଯିବ। ପୂର୍ବରୁ ଏହି ସମୟ ୬୦ ମିନିଟ ରଖାଯାଇଥିଲା।

ସୂଚନାଯୋଗ୍ୟ ଉତ୍ତର କୋରିଆ ଶିକ୍ଷା ବିଭାଗ ଦ୍ୱାରା ପ୍ରଚଳିତ ପାଠ୍ୟକ୍ରମରେ କିମ୍‌ ଜଙ୍ଗ ଉନଙ୍କ ସମ୍ପର୍କୀତ ବିଷୟକୁ ସାମିଲ କରାଯାଇଛି। ଯେଉଁଥିରେ ରହିଛି କିମ୍‌ ୫ ବର୍ଷ ବୟସରେ ଜାହାଜରେ ଯାତ୍ରା କରୁଥିଲେ।, ବହୁ ଦୂରରୁ କରିପାରୁଥିଲେ ଲକ୍ଷ୍ୟଭେଦ। ପଢିବା ପାଇଁ ଅଧିକ ରୁଚି ଦେଖାଉଥିଲେ। କିମଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ ଏହି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ପିଲାମାନେ ଶାସକ କିମ୍‌ଙ୍କ ପ୍ରତି ଅଧିକ ବିଶ୍ୱନସୀୟ ହେବେ ବୋଲି ସେଠାକାର ସରକାର ମନେ କରୁଛନ୍ତି।

ମତାମତ ଦିଅନ୍ତୁ ।