ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାଓ୍ୱତ

ଡେରାଡୁନ : ଉତ୍ତରାଖଣ୍ଡର ଘରୱାଲର ବିଜେପି ସାଂସଦ ତିରଥ ସିଂହ ରାୱତ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ତାଙ୍କୁ ଦେଇଛନ୍ତି ଶୁଭେଚ୍ଛା ବାର୍ତ୍ତା।

ମଙ୍ଗଳବାର ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ବିଧାୟକ ଦଳର ବୈଠକରେ ତିରଥଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ତିରଥ ସିଂହ ରାୱତଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା ହେବା ପରେ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ସେ ବଡ଼ ଭାଇ ବୋଲି ସମ୍ଵୋଧନ କରିବ ସହିତ ତାଙ୍କ କାମକୁ ଆଗକୁ ନେବେ ବୋଲି କହିଥିଲେ। ତିରଥ କହିଲେ ୪ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ବିକାଶ କାମ ହୋଇଛି। ଆଗକୁ ମଧ୍ୟ ଏହା ଜାରି ରହିବ। ଏଥିସହ ଚାରିଧାମକୁ ସଂଯୋଗ ହେଉଥିବା ରାସ୍ତା କାମ ସଂପୂର୍ଣ୍ଣ ଓ ରାଜ୍ୟର ବିକାଶ ପାଇଁ କୃଷି ଓ ପର୍ଯ୍ୟଟନକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button