ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କ ଇସ୍ତଫା

0

ଡେରାଡୁନ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ଆଜି ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସେ ଏନେଇ ସୂଚନା ଦେଇଥିବା ବେଳେ ୪ ବର୍ଷ ଦଳ ତାଙ୍କୁ ଏହି ଦାୟିତ୍ୱରେ ରଖିଥିବାରୁ ଧନ୍ୟବାଦ ଦେଇଛନ୍ତି।

ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତ୍ରିବେନ୍ଦ୍ରଙ୍କ କାର୍ଯ୍ୟକଳାପକୁ ନେଇ ଦଳରେ କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ। ଯଦି ସେ ଦାୟିତ୍ଵରେରହନ୍ତି ତେବେ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପ୍ରଭାବିତ ହେବବୋଲି ଦଳୀୟ ନେତା ଆଶଙ୍କା କରିଥିଲେ। ଅସନ୍ତୁଷ୍ଟ ନେତା ଓ ବିଧାୟକମାନେ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ। ଏବେ ରାଜ୍ୟର ନୂଆମୁଖ୍ୟମନ୍ତ୍ରୀ ଭାବେ ଶିକ୍ଷାମନ୍ତ୍ରୀ ଦୁଷ୍ୟନ୍ତ ଗୌତମ କିମ୍ବା କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.