ବିକାଶ ଦୁବେର ଶବ ନେଲେନି ପରିବାର ଲୋକେ

କାନପୁର: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଆଜି ସକାଳୁ ମଧ୍ୟପ୍ରଦେଶର ଉଜ୍ଜୈନରୁ ଉତରପ୍ରଦେଶ ନେବା ରାସ୍ତାରେ କାନପୁରଠାରେ ପୋଲିସ୍ ଏନ୍‌କାଉଁଟର କରିଥିଲା । ପରେ ତାର ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ମାତ୍ର ପରିବାର ଲୋକେ ବିକାଶର ଶବ ନେବାକୁ ମନା କରିଦେଇଛନ୍ତି । ପୋଲିସ୍ ବିକାଶର ପତ୍ନୀ ଓ ପୁଅକୁ ପଚରାଉଚରା ପରେ ଛାଡ଼ିଦେଇଥିବା କାନପୁର ଏସ୍‌ପି ଦିନେଶ କୁମାର ପି ସୂଚନା ଦେଇଛନ୍ତି । ବିକାଶର ଅପରାଧ ଦୁନିଆ ସହ ତାଙ୍କ ପତ୍ନୀଙ୍କର କୌଣସି ସମ୍ପର୍କ ନ ଥିବା ସେ କହିଛନ୍ତି । ପୋଲିସ୍‌ର ଏନକାଉଁଟର ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିଥିବାବେଳେ ସ୍ଥାନୀୟ ଲୋକେ ପୋଲିସର ଜୟ ଜୟକାର କରିବା ସହ ଏପରି କରି ପୋଲିସ୍ ଠିକ୍ କରିଛି ବୋଲି କହିଛନ୍ତି ।

ମତାମତ ଦିଅନ୍ତୁ ।