ଭିଡିଓରେ ଦେଖନ୍ତୁ ମାଟି ଫାଟି ଲାଭା ବାହାରିବାର ଦୃଶ୍ୟ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। କୁଲ୍ଲୁରେ ଆଗ୍ନେୟଗିରି ଫାଟି ଭୁପୃଷ୍ଠରୁ ଲାଭା ନିର୍ଗତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କୁଲ୍ଲୁ ଜିଲ୍ଲା ନାଗଣି ଗାଁ ନିକଟରେ ବିଜୁଳି ଖୁଣ୍ଟ ତଳୁ ହଠାତ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଧୂଆଁ ଓ ନିଆଁ ବାହାରିଥିଲା। ଏହାପରେ ଭୁପୃଷ୍ଠରୁ ଲାଭା ଭଳି ପଦାର୍ଥ ବାହାରିଥିଲା। ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ମାଟି ତଳୁ ଲାଭା ଭଳି ପଦାର୍ଥ ନିର୍ଗତ ହେଉଥିବା ଭିଡିଓରେ ସ୍ପଷ୍ଟ ନଜର ଆସିଛି। ବିଜୁଳି ଖୁଣ୍ଟର ଦୁଇ ମୁହଁରୁ ଧୂଆଁ ବାହାରୁଥିବା ମଧ୍ୟ ନଜର ଆସିଛି।
ବିଜ୍ଞାନ ଅନୁଯାୟୀ ପୃଥିବୀ ତଳେ ଶକ୍ତି କିମ୍ବା ଜିଓଥର୍ମାଲ୍ ଶକ୍ତି ଦ୍ୱାରା ପଥର ତରଳିଯାଏ ସେତେବେଳେ ମାଟି ତଳୁ ଉପର ଆଡକୁ ଏକ ଚାପ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମାଟି ଫାଟିଯାଇଥାଏ। ଏହାକୁ ଆଗ୍ନେୟଗିରି କୁହାଯାଏ। ଆଗ୍ନେୟଗିରି ତଳେ ତରଳି ଯାଇଥିବା ପଥର ଓ ଗ୍ୟାସ ଥର ଯାହାକୁ ମ୍ୟାଗମା କୁହାଯାଏ। ଆଗ୍ନେୟଗିରି ଫାଟିବା ପରେ ଏହି ଗ୍ୟାସ ନିର୍ଗତ ହୋଇଥାଏ ଯାହାକୁ ଲାଭା କୁହାଯାଏ।