Breaking Newsମନୋରଞ୍ଜନ

ୱେବସିରିଜ ‘ଆଶ୍ରମ’ ପାଇଁ ବବି ଦେଓଲଙ୍କୁ କୋର୍ଟ ନୋଟିସ

ମୁମ୍ବାଇ : ୱେବସିରିଜ ‘ଆଶ୍ରମ’କୁ ନେଇ ବିବାଦ। ବଲିଉଡ ଅଭିନେତା ବବି ଦେଓଲ ଓ ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ଯୋଧପୁରର ଏକ କୋର୍ଟ ନୋଟିସ ପଠାଇଛନ୍ତି। ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କିନ୍ତୁ ଏହା ପୂର୍ବରୁ ଦୁହେଁ ନୋଟିସର ଜବାବ ଦେବାକୁ କୁହାଯାଇଛି।

ୱେବସିରିଜ ‘ଆଶ୍ରମ’ ନିକଟରେ ଏମଏକ୍ସ ପ୍ଲେୟରରେ ରିଲିଜ ହୋଇଛି। ଏଥିରେ ରହିଛି ଆଶ୍ରମ ଭିତରେ ହେଉଥିବା ମହିଳାଙ୍କ ଉପରେ ଯୌନ ଉତ୍ପୀଡନ ଓ ଜଣେ ଭଣ୍ଡବାବା କିପରି ପୁରା ରାଜ୍ୟକୁ ବଶିଭୂତ କରି ରଖିଥିବାର ଦୃଶ୍ୟ। ପୂର୍ବରୁ ଆଶ୍ରମର ପ୍ରଥମ ପାର୍ଟ ରିଲିଜ ହେବା ପରେ ଧାର୍ମିକ ଭାବନାକୁ ଆଘାତ ନେଇ ଅଭିଯୋଗ ଉଠିଥିଲା। ଦ୍ୱିତୀୟ ପାର୍ଟ ରିଲିଜ ହେବାପରେ ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ୱେବସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ଓ ଅଭିନେତା ବବି ଦେଓଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରକାଶ ଝା କହିଛନ୍ତି ଦୁଇ ସାଧୁଙ୍କୁ ନେଇ ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ରହିଛି ସେହି ଆଧାରରେ ‘ଆଶ୍ରମ’ ୱେବସିରିଜ କରାଯାଇଛି। ବବି ଦେଓଲ କହିଛନ୍ତି ଧର୍ମ ନାଁରେ ଠକୁ ଥିବା ବାବାକୁ ନେଇ ୱେବସିରିଜଟି ତିଆରି କରାଯାଇଛି। ଏହାକୁ ୪୦୦ ମିଲିଅନରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ଦର୍ଶକେ ଏହି ବିଷୟବସ୍ତୁକୁ ପସନ୍ଦ କରିବା ସହିତ ପ୍ରଶଂସା କରୁଛନ୍ତି।

ମତାମତ ଦିଅନ୍ତୁ ।

Back to top button