ମା’ ଗର୍ଭରେ ରହି ଶିଶୁ କ’ଣ ଭାବୁଥାଏ ?

{ Drx. Gyana Ranjan swain } ଗରୁଡ ପୁରାଣ ଭାରତ ବର୍ଷର ବହୁତ ପୁରୁଣା ଗ୍ରନ୍ଥ। ଯେଉଁଥିରେ ଜୀବନ ଓ ମୃତ୍ୟୁ ଓ ମୃତ୍ୟୁ ପରେ ଆଉ ଥରେ ଜୀବନ ବିଷୟରେ ସବୁ କଥା ସ୍ପଷ୍ଟ ରୂପରେ ଲେଖା ହୋଇଛି । ଜୀବିତ ପ୍ରାଣୀ କ’ଣ କରିବା ଦ୍ଵାରା କ’ଣ ଫଳ ପାଇଥାଏ ତାହା ମଧ୍ୟ ଗରୁଡ ପୁରାଣରେ ଉଲ୍ଲେଖ ହୋଇଛି।


ଥରେ ଗରୁଡ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ଭଗବାନ ଗର୍ଭ ଭିତରେ ଥିବା ଶିଶୁ କ’ଣ ଶିଖିଥାଏ। ତା’ ମନରେ କ’ଣ ଆସିଥାଏ ଭାବନା। ଭଗବାନ ବିଷ୍ଣୁ କହିଲେ ଯେତେବେଳେ କୌଣସି ଜୀବର ମୃତ୍ୟୁ ହୋଇଥାଏ ତାକୁ ତୁରନ୍ତ କୌଣସି ଦେହ ପ୍ରାପ୍ତ ହୋଇନଥାଏ। କର୍ମ ଭଲଥିଲେ ଯମଦ୍ଵାରରୁ ବଞ୍ଚିଯାଇଥାନ୍ତି। ଯଦି କର୍ମ ଠିକ ନଥିବ ତାହେଲେ ଯମ ଲୋକ ଯିବାକୁ ପଡିଥାଏ । ସେଠାରେ ଯମରାଜାଙ୍କ କଠୋର ଦଣ୍ଡକୁ ଭୋଗିବାକୁ ପଡେ। ଶରୀର ପ୍ରାପ୍ତ କରିବା ପାଇଁ ଆତ୍ମାକୁ ଅପେକ୍ଷା କରିବାକୁ ପଡିଥାଏ। ଯେତେବେଳେ ଆତ୍ମା କୌଣସି ଗର୍ଭରେ ପ୍ରବେଶ କରି ଶରୀର ପ୍ରାପ୍ତ କରିଥାଏ ସେହି ସମୟରେ ଆତ୍ମା ନିଜ ୧୦ଟି ଜନ୍ମ ବିଷୟରେ ଚିନ୍ତା କରିଥାଏ ।


ଏହି ସମୟରେ ଶିଶୁ କେବଳ ପୂର୍ବଜନ୍ମ କଥା ବିଚାର କରିଥାଏ। କେମିତି ସେ ବହୁତ ପରିଶ୍ରମ ଦ୍ଵାରା ଧନ ପ୍ରାପ୍ତ କଲା ତାହା ବିଷୟରେ ଚିନ୍ତା କରେ। ଏହାଛଡା ସେ ମନରେ ଚିନ୍ତା କରିଥାଏ ଏତେ ଧନ ଅର୍ଜନ କରି ମଧ୍ୟ କିଛି ପୁନ୍ୟ କରି ପାରିଲି ନାହିଁ। ଦଣ୍ଡ ଭୋଗିବା ପରେ ମନୁଷ୍ୟ ଓ ଅନ୍ୟ ଜୀବକୁ ପୁଣି ଜନ୍ମ ନେବାକୁ ପଡିଥାଏ। ମାତା ଗର୍ଭରେ ରହି ମଧ୍ୟ ଭୋଗିବାକୁ ପଡିଥାଏ କଷ୍ଟ। ନିଜର କର୍ମ ଆଧାରରେ ମନୁଷ୍ୟ ମୃତ୍ୟୁ ପରେ ପରଲୋକ ଯାଇଥାଏ । ଗର୍ଭରେ ଥିବା ଶିଶୁ କେବଳ ନିଜ ପୂର୍ବ ଜନ୍ମ କର୍ମ ବିଷୟରେ ଚିନ୍ତା କରିଥାନ୍ତି। ଏହି ସମୟରେ ଶିଶୁ ଭଗବାନଙ୍କୁ କହିଥାଏ ପ୍ରଭୁ ମତେ ଗର୍ଭରେ ରଖନ୍ତୁ ମୁଁ ବାହାରକୁ ଯିବାକୁ ଚାହୁଁ ନାହିଁ।କାହିଁକିନା ବାହାରକୁ ଗଲେ ମତେ କର୍ମ କରିବାକୁ ହେବ। ଏହାଦ୍ଵାରା ପାପ ମଧ୍ୟ ହୋଇଥାଏ। ଯାହାରଫଳ ସ୍ୱରୂପ ମତେ ନର୍କ ମିଳିବ।


ମତାମତ ଦିଅନ୍ତୁ ।