କେଉଁ ରାଶି ପାଇଁ କେଉଁ ରଙ୍ଗର ଗାଡ଼ି ଶୁଭ

କାର୍‌ ହେଉ କି ମୋଟର ସାଇକେଲ୍‌ ସମସ୍ତେ ନିଜ ପସନ୍ଦର ଗାଡ଼ି କିଣିବାକୁ ଚାହାନ୍ତି । ହେଲେ ଏହି ପସନ୍ଦ ଗାଡ଼ି ରାଶିକୁ ସୁଝୁଛି କି ନାହିଁ ତାହା ଆପଣ ଜାଣନ୍ତି କି ? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗାଡ଼ିର ରଙ୍ଗ ଓ ରାଶି ସୁଝିବା ନିହାତି ଦରକାର। ନଚେତ ଆପଣଙ୍କ ପାଇଁ ଏହା ଅଶୁଭ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ଗାଡ଼ି ଚଢ଼ିବା ଶୁଭଦାୟକ।

ମେଷ ରାଶି– ମେଷ ରାଶିର ଲୋକଙ୍କର ଲାଲ୍‌ କିମ୍ବା ସିଲଭର୍‌ ରଙ୍ଗ ଗାଡ଼ି ଶୁଭଦାୟକ। କିନ୍ତୁ କଳା ଓ ନୀଳ ରଙ୍ଗର ଗାଡ଼ି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହେଇଥାଏ।

ବୃଷ ରାଶି- ଏହି ରାଶିର ବ୍ୟକ୍ତି ଧଳା ବା କ୍ରିମ୍‌ ରଙ୍ଗର ଗାଡ଼ି କିଣି ପାରିବେ। ଚକୋଲେଟ୍‌ ଲାଲ୍‌ ଓ ଗୋଲାପି ରଙ୍ଗର ଗାଡ଼ି ମଧ୍ୟ ଏମାନଙ୍କ ପାଇଁ ଶୁଭ। କିନ୍ତୁ କଳା ରଙ୍ଗ ଗାଡ଼ି କିଣବା ଉଚିତ ନୁହେଁ।

ମିଥୁନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ ରଙ୍ଗର ଗାଡ଼ି ଶୁଭ। ଲାଲ୍‌ ଓ ଧଳା ରଙ୍ଗର ଗାଡ଼ି ଏହି ରାଶିଧାରୀଙ୍କ ପାଇଁ ଅଶୁଭ ବୋଲି କୁହାଯାଏ।

କର୍କଟ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଚକୋଲେଟ୍ ରଙ୍ଗ, କଳା ଓ ହଳଦିଆ ରଙ୍ଗ ଶୁଭଦାୟକ। ଏଥିସହ ଏମାନେ ନିଜ ଗାଡ଼ିରେ ହନୁମାନଙ୍କର ମୂର୍ତି ରଖିବା ଶୁଭ।

ସିଂହ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଗ୍ରେ ବା ଧୂସର ରଙ୍ଗର ଗାଡ଼ି ଖୁବ୍‌ ଶୁଭ। ଲାଲ୍‌ କିମ୍ବା ନୀଳ ରଙ୍ଗର ଗାଡ଼ି ଏମାନଙ୍କ ପାଇଇଁ ଅଶୁଭ।

କନ୍ୟା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗର ଗାଡ଼ି ଶୁଭଦାୟକ। ଯେତେ ସମ୍ଭବ ଆପଣ ଲାଲ୍‌ ରଙ୍ଗ ଗାଡ଼ି କିଣିବାରୁ ଦୂରେଇ ରୁହନ୍ତୁ।

ତୁଳା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ନୀଳ ଓ ଲାଲ୍‌ ରଙ୍ଗ ଅତ୍ୟନ୍ତ ଶୁଭ। ତେଣୁ ଏହି ରାଶିର ବ୍ୟକ୍ତିମାନେ ଏହି ରଙ୍ଗର ଗାଡି କିଣିବା ଉଚିତ୍‌।

ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ରଙ୍ଗର ଗାଡ଼ି ବହୁତ ଶୁଭ। ଗେରୁଆ ଓ ହଳଦିଆ ରଙ୍ଗର ଗାଡ଼ି କିଣିବା କଦାପି ଶୁଭ ହୋଇ ନଥାଏ।

ଧନୁ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗ ଶୁଭ। କିନ୍ତୁ ଏହି ରଙ୍ଗର ଗାଡ଼ିକୁ କେବେ କେଉଁ ହଳଦିଆ ରଙ୍ଗର ଗାଡ଼ି ପାଖରେ ପାର୍କିଂ କରିବେ ନାହିଁ।

ମକର ରାଶି- ଏହି ରାଶିର ବ୍ୟକ୍ତିଙ୍କ ଇଷ୍ଟ ଗ୍ରହ ଶନି। ତେଣୁ ଏମାନଙ୍କ ପାଁଇ କଳା ଓ ଧୂସର ରଙ୍ଗ ଅତ୍ୟନ୍ତ ଶୁଭଦାୟକ। ମନେରଖନ୍ତୁ ଆପଣ ଯଦି ଶନିବାର ନୂଆ ଗାଡ଼ି କିଣି ଶନି ଦେବଙ୍କ ନିକଟରେ ପୂଜା କରିବେ ତେବେ ଅତ୍ୟନ୍ତ ଶୁଭଫଳ ମିଳିବ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ କିମ୍ବା ନୀଳ ରଙ୍ଗର ଗାଡ଼ି ଶୁଭ। କିନ୍ତୁ କଳା କିମ୍ବା ଧୂସର ରଙ୍ଗର ଗାଡି ଆଦୌ କିଣନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଦପୂର୍ଣ ହୋଇପାରେ।

ମୀନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ହଳଦିଆ ରଙ୍ଗର ଗାଡ଼ି ସବୁଠୁ ଶୁଭ ହୋଇଥାଏ। ଏହା ବ୍ୟତୀତ ସୁନେଲି ଓ ନାରଙ୍ଗୀ ରଙ୍ଗ ମଧ୍ୟ ଶୁଭଦାୟକ।

ମତାମତ ଦିଅନ୍ତୁ ।