କ’ଣ ପାଇଁ ବିଧବାମାନଙ୍କୁ ପିନ୍ଧିବାକୁ ପଡିଥାଏ ଧଳା ଶାଢୀ ?

{ Drx. Gyana Ranjan swain } ଏହା ସମସ୍ତେ ଜାଣିଛନ୍ତି ଆମ ସମାଜରେ ବିଧବା ମହିଳାମାନେ କେବଳ ଧଳା ଶାଢୀ ପିନ୍ଧିଥାନ୍ତି । କ’ଣ ପାଇ ବିଧବା ଧଳା ଶାଢୀ ପିନ୍ଧନ୍ତି ଏହାର ସଠିକ ଉତ୍ତର ଅନେକଙ୍କୁ ଜଣାନାହିଁ। କିନ୍ତୁ ଆମ ଶାସ୍ତ୍ରରେ ଏ ସମ୍ପର୍କରେ କୁହାଯାଇଛି। ଯାହା ଜାଣିବା ପରେ ଆପଣ ବୁଝିଯିବେ ବିଧବା ମହିଳାମାନେ ଧଳା ଶାଢୀ ପିନ୍ଧିବାର ପରମ୍ପରା କାହିଁକି ରହିଛି।

ଶାସ୍ତ୍ର ଅନୁସାରେ ବିଧବା ମହିଳାମାନଙ୍କର ଦ୍ଵିତୀୟ ଥର ବିବାହ ହେଇପାରିବ ନାହିଁ। ଶାସ୍ତ୍ର ମତରେ ସ୍ଵାମୀଙ୍କୁ ପରମେଶ୍ଵର କୁହାଯାଇଥାଏ। ଯେଉଁମାନଙ୍କ ଜୀବନରେ ପରମେଶ୍ଵରଙ୍କର ଅନ୍ତ ହୋଇଯାଏ ସେତେବେଳେ ସେହି ମହିଳାଙ୍କୁ ସଂସାରର ସବୁ ମାୟ ତ୍ୟାଗ କରି ସାଦା ଜୀବନ କାଟିବାକୁ ପଡିଥାଏ। ବିଧବା ମହିଳାମାନଙ୍କର ଧ୍ୟାନ ଆଉ କାହା ପଟକୁ ନ ଯିବା ପାଇଁ ତାଙ୍କୁ ଧଳା ବସ୍ତ୍ର ପିନ୍ଧିବା ପାଇଁ କୁହାଯାଇଥାଏ। କାରଣ ରଙ୍ଗୀନ କପଡା ଭୌତିକ ସୁବିଧାର ମନେ ପକାଇଥାଏ ।

ଆମ ସମାଜରେ ବିଧବାମାନଙ୍କୁ ସାତ୍ତ୍ୱିକ ଭୋଜନ ଖାଇବାକୁ ପଡିଥାଏ। ସେମାନେ ନିଜ ଇଚ୍ଛାରେ ପିନ୍ଧି ପାରିବେ ନାହିଁ କିମ୍ବା ଖାଇ ପାରିବେ ନାହିଁ। ସେମାନଙ୍କୁ ଆମିଷ ଖାଇବାକୁ ବାରଣ ମନାକରାଯାଇଛି। ଆମିଷ ଖାଇଲେ କାମ ଭାବନା ବୃଦ୍ଧିହେବ। ଦେଶରେ ଏମିତି କିଛି ଜାଗା ଅଛି ଯେଉଁଠି ବିଧବା ମହିଳାମାନଙ୍କର ବାଳ କାଟି ଦିଆଯାଉଛି। କାରଣ ବାଳ ମହିଳାମାନଙ୍କର ସୁନ୍ଦରତାକୁ ବଢାଇଥାଏ ।

କୌଣସି ସୁନ୍ଦର ପୁରୁଷର ନଜର ତା’ ଉପରେ ନପଡୁ ସେଥିପାଇଁ ଏହିପରି କରାଯାଏ। ଏହି ମହିଳାମାନଙ୍କ ଜୀବନରେ ଉଦାସି ଛଡା କିଛି ବଞ୍ଚିନଥାଏ। କିନ୍ତୁ ଆମ ସମାଜକୁ ଏଥିରେ କୌଣସି ଫରକ ପଡେ ନାହିଁ। ଆମ ଶାସ୍ତ୍ର କହିଦେଲା ବିଧବା ମହିଳାମାନେ କିପରି ଜୀବନ ବଞ୍ଚିବେ। ବୋଧେ ଶାସ୍ତ୍ର କହିବାକୁ ଭୁଲିଯାଇଛି କୌଣସି ପୁରୁଷର ସ୍ତ୍ରୀ ମରିଗଲେ ତା’ଜୀବନ କେମିତି ହେବା ଦରକାର ? ଯେଉଁଠି ଆମ ସମାଜରେ ବିଧବାମହିଳାମାନଙ୍କୁ ନିଶ୍ଵାସ ପଚାରିକି ନେବାକୁ ପଡିଥାଏ, ସେଠାରେ ପୁରୁଷକୁ ଆଉ ଥରେ ବିବାହ କରିବା ପାଇଁ କୌଣସି କଟକଣା ରଖାଯାଇନାହିଁ। ଏପରି ନିୟମ ଠିକ କ’ଣ ଲାଗୁଛି ?

ଏହି ଖବର ଦ୍ଵାରା କୌଣସି ମହିଳା କିମ୍ବା ପୁରୁଷଙ୍କର ବ୍ୟକ୍ତିଗତ ଭାବନାକୁ ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ । ଏହି ଲେଖାଟି ସଂପୂର୍ଣ୍ଣ ଶାସ୍ତ୍ର ଓ ସମାଜର ନିୟମ ଉପରେ ଆଧାରିତ

ମତାମତ ଦିଅନ୍ତୁ ।