ମହୁମାଛି ସହ ପ୍ରେଗ୍ନେସି ଫଟୋ ସୁଟ୍ କଲେ ମହିଳା

ନ୍ୟୁୟର୍କ: ଜୀବନର କିଛି ବିଶେଷ ମୁହୂର୍ତ୍ତକୁ ସାଇତିବା ପାଇଁ ଫଟୋ ଉଠାଇ ଯାଇଥାଏ । ମାତ୍ର ଏବେ ଫଟୋଗ୍ରାଫି ଜୀବନର ଏକ ଅଙ୍ଗ ପାଲଟିଛି। ଲୋକମାନେ ନିଜର ପ୍ରତ୍ୟେକ ମୁହୁର୍ତ୍ତକୁ କ୍ୟାମେରା ଲେନ୍ସରେ ରଖିବାକୁ ଚାହୁଁଛନ୍ତି। ଯାହାଫଳରେ କିଛି ଖାସ ମୁହୁର୍ତ୍ତର ଫଟୋଗ୍ରାଫି ଏବେ ଏକ ଟ୍ରେଣ୍ଡ ପାଲଟିଛି। ସେହି କ୍ରମରେ ଜଣେ ମହିଳା ପ୍ରେଗ୍ନେସି ସମୟର ଫଟୋସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଭାଇରାଲ୍ ହେବାରୁ ମହିଳା ଜଣଙ୍କ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ଏହି ମହିଳା ହେଉଛନ୍ତି କରୁଲାକ ବେକର। ସେ କିଛି ଅଲଗା କରିବାକୁ ଯାଇ ନିଜ ପେଟ ଉପରେ ମହୁମାଛି ରଖି ଫଟୋସୁଟ୍ କରିଥିଲେ। ଯାହାକୁ ଅନେକ ପସନ୍ଦ କରୁଥିବା ବେଳେ କେତେକ ଏହାକୁ ନାପସନ୍ଦ କରିଛନ୍ତି।


ନିଜର ଫଟୋ ଫେସ୍‌ବୁକ୍‌ରେ ସେୟାର କରିବା ଅବସରରେ ବେଥନୀ ଲେଖିଛନ୍ତି, ‘କିଛି ସମୟ ପୂର୍ବରୁ ମୋ ଗର୍ଭରେ ଥିବା ପିଲା ନଷ୍ଟ ହୋଇଯାଇଥିଲା । ଫଳରେ ମୁଁ ଡିପ୍ରେସନ୍‌କୁ ଚାଲିଯାଇଥିଲି । ପରେ ନିଜକୁ ସମ୍ଭାଳି ଏକ ସ୍ତ୍ରୀ ଓ ମା’ ରୁପରେ ନିଜର ଭୂମିକା ଏବଂ ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ ଅଛି ।’

ମତାମତ ଦିଅନ୍ତୁ ।