ୟେଦ୍ୟୁରପ୍ପାଙ୍କ ବିରୋଧରେ ଜମି ଦୁର୍ନୀତି ମାମଲା ଚାଲିବ

0

ବେଙ୍ଗାଲୁରୁ : କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ପାଇଁ ଅଡୁଆ ବଢିଲା। ବନ୍ଦ ହୋଇଥିବା ଏକ ଜମି ଦୁର୍ନୀତି ମାମଲାର ଶୁଣାଣି ପାଇଁ ମାର୍ଚ୍ଚ ୧୭ରେ କର୍ଣ୍ଣାଟକା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ୨୦୦୮ରୁ ୨୦୧୨ ମଧ୍ୟରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଥିବା ବେଳେ କଟ୍ଟା ସୁବ୍ରମଣ୍ୟମ ନାଇଡୁ ଥିଲେ ଶିଳ୍ପ ମନ୍ତ୍ରୀ। ସେହି ସମୟରେ ଜଣେ ବ୍ୟକ୍ତିଙ୍କୁ ଉତ୍ତର ବେଙ୍ଗାଲୁରରେ ୨୪ ଏକର ସରକାରୀ ଜମି ପ୍ରଦାନ କରଯାଇଥିଲା। ଅଭିଯୋଗ ହୋଇଥିଲା ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ କ୍ଷମତାର ଅପବ୍ୟବହାର କରି ସରକାରୀ ଜମି ଦେଇଛନ୍ତି।

ଏହି ଜମି ଜାଲିଆତି ଅଭିଯୋଗ ମାମଲାର ତଦନ୍ତ କରିଥିଲେ ଲୋକାୟୁକ୍ତ। ଏହାଛଡା ଅନ୍ୟ ୯ ଜଣଙ୍କ ବିରୋଧରେ ଆସିଥି ଜମି ଦୁର୍ନୀତି ଅଭିଯୋଗର କୌଣସି ପ୍ରମାଣ ନଥିବା ଲୋକାୟୁକ୍ତ ଦର୍ଶାଇଥିଲେ। କିନ୍ତୁ ୟେଦ୍ୟୁରପ୍ପା ଓ ନାଇଡୁଙ୍କ ବିରୋଧରେ ଲୋକାୟୁକ୍ତ ପୋଲିସ ଚାର୍ଜଶିଟ୍ ଦାଖଲ କରିଥିଲା। ଜୁଲାଇ ୨୦୧୬ରେ ଏକ ସେସନ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ବନ୍ଦ ହୋଇଯାଇଥିଲା। ଏବେ ଜଣେ ସାମାଜିକ କର୍ମୀ ଆଲାମ ପାଶାଙ୍କ ଆବେଦନ ଉପରେ ହାଇକୋର୍ଟ ବିଚାର ଜମି ଦିର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଛି ସେ ତାଙ୍କ ପଦବୀରୁ ସୌଜନ୍ୟତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର। ନଚେତ ତଦନ୍ତ ପ୍ରଭାବିତ ହେବାର ସମ୍ଭାବନା ଅଧିକ ରହିଛି।

Leave A Reply

Your email address will not be published.