ଭୋଗରାଇ: ୟୁକୋ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍

ଭ‌ୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଚୌକି ୟୁକୋ ବ୍ୟାଙ୍କ୍‌ ଶାଖାରୁ ଆଜି ୨୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଡକାୟତମାନେ ବନ୍ଧୁକ ଓ ଛୁରୀ ମୁନରେ ଲୁଟ୍‌ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ୫ ଜଣ ଡକାୟତ ବାଇକରେ ଆସି ବ୍ୟାଙ୍କ୍‌ ଭିତରେ ପଶିଥିଲେ। କର୍ମଚାରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରି ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଓ ସୁନା ଗହଣା ଲୁଟ୍‌ କରି ସେଠାରୁ ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।