ୟୁଟ୍ୟୁବରେ ଭିଡିଓ ଅପଲୋଡ୍‌ ପାଇଁ ଦେବାକୁ ପଡିବ ଟ୍ୟାକ୍ସ

0

ନୂଆଦିଲ୍ଲୀ : ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ ଏବେ ରୋଜଗାରର ମାଧ୍ୟମ ହୋଇଛି। କିନ୍ତୁ ଆମେରିକା ବ୍ୟତୀତ ଅନ୍ୟ ସ୍ଥାନରେ ୟୁଟ୍ୟୁବରଙ୍କ ରୋଜଗାର କମିବ। ଏବେ ଭିଡିଓ ଅପଲୋଡ୍‌ କରିବା ପାଇଁ ଦେବାକୁ ପଡ଼ିବ ଟ୍ୟାକ୍ସ। ଗୁଗଲ ପକ୍ଷରୁ ଏନେଇ ଭାରତୀୟ ୟୁଜରଙ୍କୁ ମେଲ୍‌ ପଠାଯାଇ ଚେତାବନୀ ଦିଆଯାଇଛି। ମେ ୩୧ ପରେ ପ୍ରତି ୟୁଟ୍ୟବର୍ସ ନିଜ ରୋଜଗାର ଉପରେ ଟ୍ୟାକ୍ସ ଦେବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି। କରାଯାଇଛି। ଏପରିକି ଆପଣଙ୍କ ଭିଡିଓରେ ଆମେରିକାରୁ ଆସୁଥିବା ଭିଉଜ୍‌ ପାଇଁ ଟ୍ୟାକ୍ସ ଦେବାକୁ ହେବ।

ଆମେରିକା କ୍ରିଏଟର୍ସଙ୍କୁ ଟ୍ୟାକ୍ସ ଲାଗିବ ନାହିଁ। କିନ୍ତୁ ଭାରତୀୟ ୟୁଟ୍ୟବରଙ୍କ ଭିଡିଓ ଆମେରିକାରେ ଭିଉ ହେବା ଦ୍ଵାରା ମିଳୁଥିବା ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ। କମ୍ପାନୀ ୟୁଟ୍ୟୁବ୍ ନୂଆ ଟ୍ୟାକ୍ସ ପଲିସିକୁ ଜୁନ ୨୦୨୧ରୁ ଲାଗୁ କରିବ।

ଏଡ୍‌ସେନ୍ସ ମାଧ୍ୟମରେ ଟ୍ୟାକ୍ସ ସମ୍ବନ୍ଧୀୟ ସୂଚନା ଦେବାକୁ ୟୁଟ୍ୟୁବର୍ସଙ୍କୁ ଗୁଗଲ ପକ୍ଷରୁ କୁହାଯାଇଛି। ଯଦି ନିଜର ଟ୍ୟାକ୍ସ ବିବରଣୀ ୩୧ ମେ’ ସୁଦ୍ଧା ନଦେବେ ତେବେ କମ୍ପାନୀ ଆପଣଙ୍କର ମୋଟ ରୋଜଗାରର ୨୪ ପ୍ରତିଶତ ଟଙ୍କା କାଟିନେବ। ଭାରତୀୟ ୟୁଜରଙ୍କ କ୍ଷେତ୍ରରେ ଏହା ୧୫ ପ୍ରତିଶତ ରହିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.