JANATAKHABAR.IN

ଗଞ୍ଜାମରେ ଷ୍ଟୋନ୍‌ମ୍ୟାନ୍‌ : ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଷ୍ଟୋନ୍‌ମ୍ୟାନ୍‌। ରାତିରେ ଶୋଇଥିବା ଲୋକଙ୍କୁ ପଥରରେ ଛେଚି ହତ୍ୟା କରିବା ସହିତ ପରବର୍ତ୍ତୀ ଟାର୍ଗେଟରଙ୍କ ନାଁ ଲେଖି ଯାଉଛନ୍ତି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗାଁର ବିନାୟକ ପ୍ରଧାନ ହତ୍ୟାର ଶିକାର ହୋଇଛନ୍ତି। ତାଙ୍କୁ ଷ୍ଟୋନ୍‌ମ୍ୟାନ୍‌ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ସନ୍ଦେହ କରୁଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି। ଖବର ଅନୁଯାୟୀ ମଦ ଦୋକାନୀ ବିନାୟକ ପ୍ରଧାନ ରବିବାର ରାତିରେ ଗାଁ ଠାକୁରାଣୀ…

Read More

ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ବଦଳିଲେ

କୋଲକାତା : ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ବଦଳିଲେ। ଦିଲ୍ଲୀପ ଘୋଷଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ବାଲୁରଘାଟର ସାଂସଦ ଡ. ସୁକାନ୍ତ ମଜୁମଦାରଙ୍କୁ ସଭାପତି ଭାବେ ନିଯୁକ୍ତ ଦିଆଯାଇଛି। ବିଜେପିର ସାଧାରଣ ସମ୍ପଦକ ଅରୁଣ ସିଂହଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ମଧ୍ୟ ମଧ୍ୟରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାଂସଦ ସୁକାନ୍ତ ମଜୁମଦାରଙ୍କୁ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିବା ଏଥିରେ ଉଲ୍ଲେଖ…

Read More

ବ୍ୟବହାରକାରୀଙ୍କ ହୃଦୟ ଜିତୁଛି ଏୟୁ ବ୍ୟାଙ୍କ କ୍ରେଡିଟ କାର୍ଡ

ଜୟପୁର : ଦେଶର ପ୍ରଥମ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାବରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜସ୍ୱ ବିବିଧ ବର୍ଗର କ୍ରେଡିଟ କାର୍ଡ ପ୍ରଚଳନ କରିଛି। ଏପର୍ଯ୍ୟନ୍ତ ମୋଟ ୪୦,୦୦୦ରୁ ଅଧିକ କ୍ରେଡିଟ କାର୍ଡ ଯୋଗାଇଦେଇଛି। ତନ୍ମଧ୍ୟରୁ ୫୦%ରୁ ଅଧିକ ପ୍ରଥମ ଥର କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲରେ କାର୍ଡ ପ୍ରଚଳନ କରାଯିବାର ସ୍ୱଳ୍ପ ସମୟ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି। ଏୟୁ ବ୍ୟାଙ୍କ ସହରାଞ୍ଚଳ ଓ ଦେଶର ଦୁର୍ଗମ…

Read More

ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ସପ୍ତମ

ଭୁବନେଶ୍ୱର : ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ସଦ୍ୟତମ ରିପୋର୍ଟ ଅନୁଯାୟୀ ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ରହିଛି। ପ୍ରତି ମାସରେ ପ୍ରେମ ପାଇଁ ଯାଉଛି ୫ଟି ଜୀବନ। ଗତ ୩ ବର୍ଷ ହେଲା ରାଜ୍ୟରେ ଏହି ସଂଖ୍ୟା ବଢ଼ି ଚାଲିଛି। ରିପୋର୍ଟ ଅନୁସାରେ ୨୦୧୮ରେ ରାଜ୍ୟରେ ୩୮ଟି ପ୍ରେମଜନିତ ହତ୍ୟାକାଣ୍ଡ ଘଟିଥିଲା। ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୨୦୨୦ରେ ୫୯ ଜୀବନ ଯାଇଛି। କେବଳ ପ୍ରେମଜନିତ ହତ୍ୟାକାଣ୍ଡ ନୁହେଁ ମହିଳା…

Read More

ଉରି ସୀମାରେ ମୋବାଇଲ ଓ ଇଣ୍ଟରନେଟ୍‌ ବନ୍ଦ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପରେ ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ଇଣ୍ଟରନେଟ୍ ଓ ମୋବାଇଲ୍ ଫୋନ୍ ସେବା ବନ୍ଦ ରଖାଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେନା ପକ୍ଷରୁ କୁହାଯାଇଛି ଗତ ୩୦ ଘଣ୍ଟା ଧରି ଅପରେଶନ କାଉଣ୍ଟର-ଅନୁପ୍ରବେଶ ଜାରି ରହିଛି। ଚଳିତ ବର୍ଷ ଏହା ହେଉଛି ଉରି ସେକ୍ଟରରେ ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ। ସେହିପରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଡି. ପି ପାଣ୍ଡେ କହିଛନ୍ତି ଏବର୍ଷ ଅସ୍ତ୍ରବିରତି ଉଲ୍ଲଂଘନ କିମ୍ବା କ୍ରସ୍…

Read More

ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟର ଦୁଇ ଷ୍ଟାଡିଅମ୍‍

ଭୁବନେଶ୍ୱର : କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିଥାଏ। ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି। କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟ ଭାରତ ତଥା ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିପାରିଛି। ନିକଟରେ ଟୋକିଓଠାରେ ସମାପନ ହୋଇଥିବା ପାରାଅଲିମ୍ପିକସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ପ୍ରମୋଦ ଭଗତ ଦେଶ ପାଇଁ…

Read More

ଟିଟିଲାଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ କଂଗ୍ରେସ

ଟିଟିଲାଗଡ଼ : ଆସନ୍ତା ୨୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ। ଏହା କହିଛନ୍ତି ଟିଟିଲାଗଡ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ। ଖବର ଅନୁଯାୟୀ ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀ ଭୋଇ। ସେ ଅଭିଯୋଗ କରିଛନ୍ତି…

Read More

୧୪ କିମି କେବୁଲ ବିଛାଇଲେ ପଞ୍ଚାୟତବାସୀ

ଫୁଲବାଣୀ : ନେଟୱର୍କ ବିଭ୍ରାଟ। ସାମାନ୍ୟ ବର୍ଷା ଓ ପବନରେ ବିଏସ୍‌ଏନ୍‌ଏଲ୍‌ ଲିଙ୍କ୍ ଫେଲ୍‌। ଏପରି ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ନଶୁଣିବାରୁ ୮ଟି ପଞ୍ଚାୟତବାସୀଙ୍କ ଭରସା ତୁଟି ଯାଇଥିଲା। ସେମାନେ ଏକଜୁଟ ହୋଇ ୧୪ କିଲୋମିଟର ମାଟି ଖୋଳି ବିଏସ୍‌ଏନଏଲ୍‌ କେବୁଲ ଵିଛାଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ା ଗ୍ରାମପଞ୍ଚାୟତରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ ପଞ୍ଚାୟତବାସୀ କେବୁଲ ଵିଛାଇବା ପରେ ଗୋଚ୍ଛାପଡ଼ାରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାୱାର ବସିବା ସହିତ ଫୁଲବାଣୀରୁ…

Read More

ହତ୍ୟାକାଣ୍ଡ ମାମଲାରେ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡ

ପୁରୀ : ୨୦୦୬ ମସିହାରେ ପୁରୀ ଚୁଡଙ୍ଗ ସାହୀ ମାତାଗୋସେଇଁ ଲେନ୍ ରୂପକ ଦାସ ହତ୍ୟାକାଣ୍ଡ ମାମଲାର ଚୂଡାନ୍ତ ରାୟ ୧୫ବର୍ଷ ପରେ ପ୍ରକାଶ ପାଇଛି। ଫାଷ୍ଟ ସେସନସ ଜଜଙ୍କ କୋର୍ଟ ହତ୍ୟାକାରୀ ଦୁଇ ଭାଇ ସଂଜୟ ସାହୁ ଓ ରଞ୍ଜୟ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ ୨୦୦୮ରେ ରଞ୍ଜୟ ସାହୁକୁ ଆଜୀବନ ଦଣ୍ଡାଦେଶ ମିଳିଥିବା ବେଳେ ୨୦୧୪ରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ସଂଜୟ ସାହୁକୁ ଆଜି ଦଣ୍ଡାଦେଶ କରାଯାଇଛି। ପୂର୍ବ…

Read More

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍

ଭୁବନେଶ୍ୱର : ୨୦୨୨ ଫେବୃଆରୀ ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତାବର୍ଷ ଭାରତ ଗସ୍ତରେ ଆସୁଥିବା ୱେଷ୍ଟଇଣ୍ଡିଜ୍ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ। ପ୍ରଥମେ ଦିନିକିଆ ସିରିଜ୍ ଫେବୃଆରୀ ୬ରେ ଅହମ୍ମଦାବାଦ, ଫେବୃଆରୀ ୯ ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଓ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ…

Read More