ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍

ଭୁବନେଶ୍ୱର : ୨୦୨୨ ଫେବୃଆରୀ ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଆସନ୍ତାବର୍ଷ ଭାରତ ଗସ୍ତରେ ଆସୁଥିବା ୱେଷ୍ଟଇଣ୍ଡିଜ୍ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ। ପ୍ରଥମେ ଦିନିକିଆ ସିରିଜ୍ ଫେବୃଆରୀ ୬ରେ ଅହମ୍ମଦାବାଦ, ଫେବୃଆରୀ ୯ ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଓ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।

Leave a Reply

Your email address will not be published. Required fields are marked *

Back to top button