ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର : ଆତଙ୍କବାଦୀଙ୍କ ଟା‌ର୍ଗେଟରେ ଯବାନ। ଆଜି ଯବାନମାନେ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଡେରା କି ଗଲି (ଡିକେଜି)ରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଯେଉଁଠାରେ ଆକ୍ରମଣ ସ୍ଥଳକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ସେଠାରେ ଜାରି ରହିଛି ଗୁଳି ବିନିମୟ। ଆକ୍ରମଣରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ମାସକ ମଧ୍ୟରେ ଏହା ହେଉଛି ଯବାନମାନଙ୍କ ଉପରେ ଦ୍ଵିତୀୟ ଆକ୍ରମଣ। ଗତ ମାସରେ ଭାରତୀୟ ସେନା ରଜୌରୀର କାଲାକୋଟେରେ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରିବା ପରେ ଦୁଇ କ୍ୟାପଟେନଙ୍କ ସମେତ ଅନ୍ୟ ଯବାନମାନେ ସହିଦ୍ ହୋଇଥିଲେ। ସେହିପରି ଚଳିତ ବର୍ଷ ଏପ୍ରିଲ ଓ ମେ’ରେ ରଜୌରୀ-ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୧୦ଜଣ ଯବାନ ସହିଦ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button