ଯାତ୍ରୀବାହୀ ଟ୍ରେନ୍ ଲାଇନରେ ଆଉ ଚାଲିବନି ମାଲବାହୀ ଟ୍ରେନ୍
ନୂଆଦିଲ୍ଲୀ : ଦିଲ୍ଲୀ-ହାୱଡ଼ା ରେଳ ଲାଇନରେ ଆଉ ମାଲବାହୀ ଟ୍ରେନ୍ ଚଳାଚଳ କରିବ ନାହିଁ। କେବଳ ଚାଲିବ ଯାତ୍ରୀବାହୀ ଟ୍ରେନ୍। ଏହି ଲାଇନରେ ଚାଲୁଥିବା ପ୍ରାୟ ୯୦୦ ମାଲବାହୀ ଟ୍ରେନ୍ ସ୍ଵତନ୍ତ୍ର ରୁଟ ଅର୍ଥାତ ଡେଡିକେଟେଡ୍ ଫ୍ରେଟ୍ କରିଡରକୁ ସ୍ଥାନାନ୍ତରିତ କରାଯିବ। ଖବର ଅନୁଯାୟୀ ଦେଶରେ ମାଲବାହୀ ଟ୍ରେନ୍ ପାଇଁ ଦୁଇଟି ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ କରାଯାଉଛି। ଉଭୟ ପୂର୍ବ ଓ ପଶ୍ଚିମ କରିଡରର ଦୈର୍ଘ୍ୟ ଯଥାକ୍ରମେ ୨୮୪୩ ଓ ୧୩୩୭ କିଲୋମିଟର। ପଞ୍ଜାବର ଲୁଧିଆନାରୁ…