ଡିସେମ୍ବରରୁ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ ହେବ

ଭୁବନେଶ୍ୱର : ଡିସେମ୍ବରରୁ ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ବିଭିନ୍ନ ବ୍ୟାଙ୍କ ଜରିଆରେ ଆରମ୍ଭ ହେବ। ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇ ପାରିବେ। ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀ କହିଛନ୍ତି ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସା ଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି। ଏନେଇ ଅଧିକ ସଚେତନତା ଆବଶ୍ୟକ। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କରେ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ ନେବାକୁ ମନା କରୁଛି ତେବେ ଲୋକେ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ। ସଂପୃକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button